thumbnail

By

Published : Sep 10, 2020, 6:20 PM IST

ETV Bharat / Videos

ଉଡିବ ଶତ୍ରୁଙ୍କ ହୋସ୍, ବାୟୁସେନାରେ ସାମିଲ ହେଲା ଲଢୁଆ ରାଫେଲ

ନୂଆଦିଲ୍ଲୀ: ଉଡିବ ଶତ୍ରୁ ଦେଶର ହୋସ୍ । କାରଣ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ଭାରତରେ ଏଣିକି ଆରମ୍ଭ ହେଲା ରାଫେଲ ଯୁଗ । ସେନାକୁ ଶକ୍ତିଶାଳୀ କରିବାକୁ ବାୟୁସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । 5ଟି ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠନିକ ଭାବେ ସାମିଲ କରାଯାଇଛି । ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ବାୟୁସେନାକୁ ପାୱାରଫୁଲ କରିବାକୁ ସାମିଲ ହୋଇଛି ରାଫେଲ । ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲକୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରାଯାଇଛି । ଏହା ପୂର୍ବରୁ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ଯେଉଁଥିରେ ସେନାରେ ସାମିଲ ହେବା ପୂର୍ବରୁ ରାଫେଲକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି । ଏହାସହ ଏଥିରେ ସିଡିଏସ ବିପିନ ରାୱତ ଓ ବାୟୁ ସେନା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଏୟାର ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲା ରାଫେଲ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.