ହୋଲିରେ ମହାକାଳେଶ୍ବର ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ଆଳତୀ - Prayers being offered at Mahakaleshwar Temple
🎬 Watch Now: Feature Video
ଭୋପାଳ: ଆଜି ରଙ୍ଗର ପର୍ବ ହୋଲି । ଏଥିପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ମନ୍ଦର ଗୁଡିକରେ ହେଉଛି ସ୍ବତନ୍ତ୍ର ରୀତିକ୍ରାନ୍ତି । ମଧ୍ୟପ୍ରଦେଶର ଉଜ୍ଜେନ ମହାକାଳେଶ୍ବର ମନ୍ଦିରରେ ମଧ୍ୟ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ବଡ ଧୁମଧାମରେ ଚାଲିଛି ମହାକାଳେଶ୍ବରଙ୍କ ଆଳତୀ । ଆଉ ଭକ୍ତଙ୍କୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ମହାକାଳେଶ୍ବର । ଘଣ୍ଟଘଣ୍ଟା ଖଞ୍ଜଣୀ ବଜା ଯାଇ ବଡ ଧୁମଧାମରେ କରାଯାଉଛି ପୂଜାର୍ଚ୍ଚନା । ଯାହାକୁ ଦେଖିବାକୁ ଭିଡ ଜମାଇଛନ୍ତି ଭକ୍ତ ।