ଅନଲାଇନ ଶିକ୍ଷା; ଲାଭ ଅପେକ୍ଷା କ୍ଷତି ଅଧିକ

By

Published : Jul 27, 2020, 4:22 PM IST

thumbnail
ପାଟନା: କୋରୋନା ମହାମାରୀ ମଧ୍ୟରେ ଦେଶରେ ରାଜ୍ୟ ସରକାର ଗୁଡିକ ଅନଲାଇନ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରୁଛନ୍ତି । ତଥାପି ବିହାରର ଗ୍ରାମାଞ୍ଚଳ ପାଇଁ ଅନଲାଇନ ଶିକ୍ଷା ଏକ ସ୍ବପ୍ନ ହୋଇରହିଛି। ବିହାରର ପୁର୍ନିଆ ଜିଲ୍ଲାରେଦେଖିବାକୁ ମିଳିଛି ଏଭଳି ସ୍ଥିତି । 51 ପ୍ରତିଶତ ସାକ୍ଷରତା ହାର ଥିବା ଏହି ଜିଲ୍ଲାରେ ଗରିବ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି କଠୋର ଆହ୍ବାନ । ସହରାଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସକୁ ସଠିକ ଉପଯୋଗ କରିପାରୁଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନସାରା ବିଦ୍ୟୁତ ଯୋଗାଣ ମଧ୍ୟ ସମ୍ଭବ ନୁହେଁ । ଏପରିକି ନିରବଚ୍ଛିନ୍ନ ଇଣ୍ଟରନେଟ ସଂଯୋଗ ମଧ୍ୟ ଅନ୍ୟ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଗରିବ ଅଭିଭାବକଙ୍କ କ୍ଷେତ୍ରରେ ଆର୍ଥିକ ସମସ୍ୟାରୁ ମୋବାଇଲ କିଣିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଏହା ଫଳରେ ଡିଜିଟାଲ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.