ଡ୍ରାଇଭର ଅବତାରରେ ତାମିଲନାଡୁ ବିଧାୟକ, ୬ କିମି ଚଲାଇଲେ ବସ

By

Published : Jan 22, 2022, 5:29 PM IST

thumbnail
ଚେନ୍ନାଇ: ବିଧାୟକ ହୋଇ ଚଲାଇଲେ ବସ୍‌ । ଆଉ ୬ କିମି ଡ୍ରାଇଭିଂ କଲେ ଯାତ୍ରୀବାହୀ ବସ । ଯାହାକୁ ଦେଖି ବସକୁ ଚଢୁଥିବା ଯାତ୍ରୀ ହୋଇଗଲେ ଚକିତ । ଏପରି ବସ ଡ୍ରାଇଭିଂ କରି ସ୍ଥାନୀୟ ବାସିନ୍ଦାଙ୍କୁ ଝଟକା ଦେଇଛନ୍ତି DMK ବିଧାୟକ ନିବେଧା ମୁରଗାନ୍‌ । ସେ ତାମିଲନାଡୁ ପୁମପୁହାର ବିଧାନସଭା ମଣ୍ଡଳୀରେ ଏକ ଯାତ୍ରୀବାହୀ ବସ୍‌ ସେବାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ପ୍ରାୟ ୫ ବର୍ଷ ପରେ ଥିରୁବିଦାଇକାଝି ଠାରୁ ମିଲିଆଦିଥୁରାଇ ପର୍ଯ୍ୟନ୍ତ ବସ୍‌ ସେବା ଆରମ୍ଭ ହୋଇଛି । ଥିରୁବିଦାଇକାଝିରେ ପତାକା ଦେଖାଇ ଏହି ବସ୍‌ ସେବାକୁ ମୁରଗାନ୍‌ ଆରମ୍ଭ କରିବା ପରେ ନିଜେ ଚଲାଇଛନ୍ତି ବସ୍‌ । ଆଉ ସେତିକି ନୁହେଁ ପ୍ରାୟ ୬ କିମି ଯାତ୍ରୀଙ୍କୁ ନେଇ ମଧ୍ୟ ଯାଇଛନ୍ତି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଚକିତ ହୋଇଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.