ଜେଏନୟୁରେ ମୁଖାପିନ୍ଧା ଗୁଣ୍ଡାଙ୍କ ହିଂସା, ଦେଖନ୍ତୁ ଭିଡିଓ...
🎬 Watch Now: Feature Video
ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା। ରବିବାର କିଛି ମୁଖାଧାରୀ ବ୍ୟକ୍ତି କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ବାଡି ଓ ଲୁହା ରଡ୍ ରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରାୟ 20 ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହୋଇଛନ୍ତି । ଅବସ୍ଥା ଖରାପ ହେବାରୁ ବାଧ୍ୟ ହୋଇ ବିଶ୍ବବିଦ୍ୟାଳୟ ପ୍ରଶାସନ ଦିଲ୍ଲୀ ପୋଲିସର ସାହାଯ୍ୟ ଲୋଡିଛି । ବିଳମ୍ବିତ ରାତିରେ କ୍ୟାମ୍ପସ ମଧ୍ୟରେ ପୋଲିସ ଫ୍ଲାଗ୍ ମାର୍ଚ ମଧ୍ୟ କରିଛି। ଏନେଇ ଜେଏନୟୁ କ୍ୟାମ୍ପସରୁ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ କିଛି ମୁଖା ପିନ୍ଧିଥିବା ଛାତ୍ର ଭଙ୍ଗାରୁଜା କରିବା ସହ ଅନ୍ୟ ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି।