thumbnail

By

Published : Aug 10, 2021, 8:10 PM IST

ETV Bharat / Videos

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ଛାତ ଉପରୁ ରିପୋର୍ଟିଂ କଲେ କୁନି ରିପୋର୍ଟର

ଇମ୍ପାଲ: ମୁହଁରୁ ବାହାରୁଛି ରୋକଠକ୍ ଶାଣିତ ଶବ୍ଦ । ବାକ୍ ଚାତୁରୀ ସାଙ୍ଗକୁ ତ ହାତର ଅଙ୍ଗଭଙ୍ଗୀରୁ ଝଲସୁଛି ଜଣେ ବୃତ୍ତିଗତ ରିପୋର୍ଟରର ପ୍ରତିଭା । ଛାତ ଉପରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରିପୋର୍ଟିଂ କରୁଛନ୍ତି କୁନି ରିପୋର୍ଟର । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ପକାଇଛି । ଏହି ଦୃଶ୍ୟ ମଣିପୁରର । ସେଠାକାର ମୁଖ୍ୟମନ୍ତ୍ରୀ ବିରେନ ସିଂହ ସେନାପତି ଅଞ୍ଚଳରେ ଏକ PSA ଅକ୍ସିଜେନ ପ୍ଲାଣ୍ଟ ଶୁଭାରମ୍ଭ କରିବାକୁ ଗସ୍ତ କରିଥିଲେ । ଯାହାକୁ ନିଜ ଛାତ ଉପରୁ ରିପୋର୍ଟିଂ କରିଛନ୍ତି ସେଠାରେ ରହୁଥିବା ଜଣେ କୁନି ପୁଅ । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣଠୁ ଆରମ୍ଭ କରି ଅକ୍ସିଜେନ ପ୍ଲାଣ୍ଟର ଶୁଭାରମ୍ଭ ଯାଏଁ ସବୁକିଛି ଅତି ଚମତ୍କାର ଢଙ୍ଗରେ ବାଖ୍ୟା କରିଛି ପିଲାଟି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.