କୀଟନାଶକରେ ଲାଗିବ ବ୍ୟାନ: ଦ୍ବନ୍ଦ୍ବରେ ଆମ୍ବ ଚାଷୀ - କୀଟନାଶକ ଦ୍ରବ୍ୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7543661-thumbnail-3x2-mangofarmer.jpg)
ମୁମ୍ବାଇ: 27ଟି କୀଟନାଶକ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଆଣିଛି । ଏଥିସହ 45ଦିନ ଭିତରେ ସମସ୍ତଙ୍କ ଠାରୁ ପରାମର୍ଶ ଲୋଡିଛି କେନ୍ଦ୍ର । ଏହି ପ୍ରସ୍ତାବ ପରେ ଚାଷୀମାନେ ବେଶ୍ ଦ୍ବିବିଧାରେ ପଡିଛନ୍ତି । କାରଣ ପ୍ରତିବନ୍ଧକ କୀଟନାଶକ ତାଲିକାରେ ଏପରି 8ରୁ 10ଟି କୀଟନାଶକ ଦ୍ରବ୍ୟ ରହିଛି ଯାହାର ବ୍ୟବହାର ଆମ୍ବ ଚାଷୀମାନେ କରିଥାନ୍ତି । ତେବେ ସେମାନେ ବ୍ୟବହାର କରୁଥିବା ସେହି କୀଟନାଶକ ଦ୍ରବ୍ୟ କିଣିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ । କିନ୍ତୁ ଆଗାମୀ ଦିନରେ ସେହି କୀଟନାଶକ ଦ୍ରବ୍ୟ ବନ୍ଦ କରି ଦିଆଯାଏ ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ।