thumbnail

By

Published : Jul 8, 2020, 2:20 PM IST

ETV Bharat / Videos

କାନପୁର ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଘନିଷ୍ଠ ସହଯୋଗୀ ଏନକାଉଣ୍ଟରରେ ମୃତ

ଲକ୍ଷ୍ନୌ: ବର୍ବରୋଚିତ କାନପୁର ଏନକାଉଣ୍ଟର ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଖୋଜିବାକୁ ଜି ଜାନ ଲଗାଇଦେଇଛି । ସ୍ଥାନେ ସ୍ଥାନେ ଚଢାଉ ସହ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ଯେଉଁମାନଙ୍କ ଲିଙ୍କ ରହିଛି ସେମାନଙ୍କୁ ଠାବ କରିବା ସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି । ତେବେ ଆଜି ସକାଳୁ କାନପୁର ପୋଲିସକୁ ଏକ ବଡ ସଫଳତା ମିଳିଛି । ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ସହଯୋଗୀ ଅମର ଦୁବେକୁ ପୋଲିସ ଏନକାଉଣ୍ଟରରେ ମାରିଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଏନକାଉଣ୍ଟରରେ ଅନ୍ୟଜଣେ ସହଯୋଗୀ ଶ୍ୟାମୁ ବାଜପେୟୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । କୁଖ୍ୟାତ ଅପରାଧୀ ଶ୍ୟାମୁ ନାଁରେ 25 ହଜାରର ପୁରସ୍କାର ରାଶି ଘୋଷଣା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.