thumbnail

By

Published : Jul 18, 2020, 2:58 PM IST

ETV Bharat / Videos

କାନପୁର ଏନକାଉଣ୍ଟର ମାମଲା: କାଳରାତ୍ରୀର ପ୍ରତ୍ୟକ୍ଷଦର୍ଶୀ ଜେସିବି ଡ୍ରାଇଭର ଗିରଫ

ଲକ୍ଷ୍ନୌ:ଉତ୍ତରପ୍ରଦେଶର କାନପୁର ଏନକାଉଣ୍ଟର ମାମଲାରେ ପୋଲିସର ଆଉ ଏକ ସଫଳତା । ରାସ୍ତା ଅବରୋଧ କରିଥିବା ଜେସିବି ଡ୍ରାଇଭରକୁ ଚୌବେପୁର ପୋଲିସ ଗିରଫ କରିଛି । ଫେରାର ଥିବା ଜେସିବି ଡ୍ରାଇଭର ରାହୁଲକୁ ପୋଲିସ ଖୋଜୁଥିଲା । ସୂଚନାଥାଉକି, 2ଜୁଲାଇ ରାତିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିବାକୁ ପୋଲିସ ତା'ର ଗାଁ ବିକାରୁ ଯାଇଥିଲା । ଏହି ସମୟରେ ପୋଲିସକୁ ରୋକିବା ପାଇଁ ବିକାଶ ରାସ୍ତା ମଝିରେ ଜେସିବିକୁ ଛିଡା କରିଥିଲା । ଏହାପରେ ପୋଲିସ ଟିମ ଗାଡିରୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା । ଟିମ ବିକାଶର ଘର ନିକଟରେ ପହଞ୍ଚିବା କ୍ଷଣି ଦୁବେର ସହଯୋଗୀମାନେ ଗୁଳିଚାଳନା କରିଥିଲେ । ଏହି ଗୁଳିବିନିମୟରେ 8ଜଣ ପୋଲିସ ଶହିଦ ହୋଇଛନ୍ତି । ଏହାପରେ ପୋଲିସ ସେହି ଜେସିବି ଡ୍ରାଇଭରକୁ ଖୋଜୁଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.