ସ୍ପେନ କନ୍ୟାକୁ ଭାରତୀୟ ବର, ଆନ୍ଧ୍ରରେ ସରିଲା ବାହାଘର - ଆନ୍ଧ୍ରପ୍ରଦେଶର ଅନଥପୁର ଜିଲ୍ଲା ତାଡିପଥ୍ରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5151555-thumbnail-3x2-marriage.jpg)
ଅମରାବତୀ: ପୂର୍ବରୁ ଅନେକ ଥର ବିଦେଶୀ ଝିଅଙ୍କୁ ଭାରତୀୟ ଯୁବକ ବିବାହ କରିଥିବା ଖବର ନଜିର ରହିଛି। ନିକଟରେ ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ତାଡିପଥ୍ରୀ ଅଞ୍ଚଳରେ ବିଜୟ ନାମକ ଜଣେ ବ୍ୟକ୍ତି ସ୍ପେନ ଝିଅ କାର୍ଲାଙ୍କୁ ବିବାହ କରିଛନ୍ତି। ବିଜୟ ପେସାରେ ଜଣେ ଡାକ୍ତର । ସେ ବାଥାଲ୍ଲାପଲ୍ଲୀ ଆରଡିଟି ଡାକ୍ତରଖାନାରେ ଚାକରି କରୁଥିବାବେଳେ 2 ବର୍ଷ ପୂର୍ବରୁ କାରଲା ସେଠାରେ ଦାନ୍ତ ଚିକିତ୍ସକ ଭାବରେ ଯୋଗ ଦେଇଥିଲେ । ପରେ କିଛିଦିନ ଧରି କାମ କରିବା ପରେ ଦୁହେଁ ଦୁହେଁଙ୍କୁ ଭଲ ପାଇ ବସିଥିଲେ । ତେବେ ଗତକାଲି ( ଶୁକ୍ରବାର) ତେଲୁଗୁ ପରମ୍ପରାରେ ତାଡିପଥ୍ରୀ ମାର୍କେଣ୍ଡେୟ ସ୍ବାମୀ ମନ୍ଦିରରେ ବିବାହ କରିଛନ୍ତି । ଆଉ ଖୁସିର କଥା ଯେ ଏହି ବିବାହରେ ଦୁଇ ପରିବାର ବେସ ଖୁସି।