thumbnail

ବଢୁଛି ଭୟ, ଟିକା ତିଆରି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

By

Published : Jan 21, 2021, 10:34 PM IST

ପୁଣେ: ଭୟବହ, ଦୁର୍ଭାଗ୍ୟଜନକ..ହୁତୁହୁତୁ ହୋଇ କୁହୁଳୁଥିବା ଏଇ ଧୁଆଁରେ ପାଉଁଶ ହୋଇଯାଇଛି ବହୁ ସ୍ବପ୍ନ, ଆଶା-ଆଶଙ୍କା । କୋରୋନା ଯୁଦ୍ଧରେ ଶେଷ ସାରଥୀ ସାଜିଥିବା ସେରମ ଇନଷ୍ଟିଚ୍ୟୁଟରେ ଲାଗିଛି ନିଆଁ । ଆଉ ଏହି ଦୁର୍ଘଟଣାରେ ଆଖି ବୁଜିଲେଣି 5 ଜଣ । ସେପଟେ ବହୁ ଆହତ- ଗୁରୁତର ହୋଇଥିବା ବେଳେ ଏହି ନିଆଁ ଯେ କେତେ କ୍ଷତି ଘଟାଇଛି ତାହା ଏବେ ଅନିଶ୍ଚିତ । ଆଜି ଅପରାହ୍ନରେ ଅଚାନକ ସେରମ ଇନଷ୍ଟିଚ୍ୟୁଟର ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଘଟିଥିଲା ଅଗ୍ନିକାଣ୍ଡ । ଚାହୁଁଚାହୁଁ ସାରା ବିଲ୍ଡିଂରେ ବ୍ୟାପି ଯାଇଥିଲା ଧୂଆ । ଅଗ୍ନିକାଣ୍ଡରେ 5 ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ 7 ଜଣ ଉଦ୍ଧାର ହୋଇସାରିଛନ୍ତି । 5 ମହଲା ବିଶିଷ୍ଟ ଏହି ପ୍ଲାଣ୍ଟରେ ଆରମ୍ଭ ହେବାକୁ ଯାଉଥିଲା କୋଭିସିଲ୍ଡ ଉତ୍ପଦନ । ମହାମାରୀ ଅକଥନୀୟ ଦୁଃଖ ଦେଇଥିଲା ବେଳେ ତା ବିରୋଧରେ ଚାଲିଥିବା ଭ୍ୟାକ୍ସିନ ସଂଗ୍ରାମ, ମଝିରେ ଏହି ଅଗ୍ନିକାଣ୍ଡ ଦେଶବାସୀଙ୍କୁ କରିଛି ବିଚଳିତ । ତେବେ ବର୍ତ୍ତମାନ ନିଆଁ ଆୟତ୍ତ ହୋଇସାରିଛି ସତ, ହେଲେ ନିୟତିରର ଏହି ଅସମ୍ଭାତିତ ବିପଦ ଆଗକୁ ଟିକାକରଣ ଅଭିଯାନରେ ଉପୁଜାଇବ କି ସମସ୍ୟା.. ମନରେ ଉଠିଛି ପ୍ରଶ୍ନ... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.