ସାପକୁ ମାରି ଖାଇଲେ କୃଷକ, କହିଲେ ଏହା ବିରଳ କୋରୋନା ମେଡିସିନ ! - ସାପକୁ କୃଷକ ଖାଉଥିବା ଭିଡିଓ

🎬 Watch Now: Feature Video

thumbnail

By

Published : May 28, 2021, 10:39 AM IST

ଚେନ୍ନାଇ: ଜଣେ କୃଷକ ସାପ ଖାଇବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜୀବନ୍ତ ସାପକୁ ବାଡିରେ ପିଟି ପିଟି ମାରିବା ପରେ କୃଷକ ଜଣକ ଖାଉଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ତାମିଲନାଡୁ ମୁଦୁରାଇ ଜିଲ୍ଲା ପେରୁମାଲପ୍ତି ଗ୍ରାମର ଭାଦିଭେଲୁ ନାମକ ଜଣେ କୃଷକ ଗୁରୁବାର ଏକ ସାପକୁ ବାଡିରେ ପିଟି ପିଟି ମାରିବା ପରେ ଖାଇଥିବା ଜଣାପଡିଛି । ସାପକୁ ଖାଇବା ପରେ ଏହା ଏକ ବିରଳ କୋରୋନା ମେଡିସିନ ବୋଲି ଯୁକ୍ତି ବାଢିଛନ୍ତି କୃଷକ । ଏହି ସମୟରେ ଉପସ୍ଥିତ ଅନ୍ୟଜଣେ ଲୋକ ଭିଡିଓ ସୁଟ୍ କରିବା ସହ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.