thumbnail

ପର୍ଯ୍ୟଟଙ୍କ ପାଇଁ ଖୋଲିଲା ଦାର୍ଜିଲିଂର ଗଙ୍ଗାମୟା ପାର୍କ

By

Published : Mar 3, 2020, 5:18 PM IST

କୋଲକାତା: ଖୋଲିଲା ଦାର୍ଜିଲିଂ ସେଲସହରର ପ୍ରସିଦ୍ଧ ଗଙ୍ଗାମୟା ପାର୍କ । ସୋମବାର ଠାରୁ ଏଠାରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ପ୍ରାୟ ତିନି ବର୍ଷ ପରେ ଏହି ପାର୍କ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ପାହଡ ପର୍ବତ ସହ ସବୁଜିମାରେ ପରିପୂର୍ଣ୍ଣ ପରିବେଶର ମଜା ନେଉଛନ୍ତି ପର୍ଯ୍ୟଟକ । ଦାର୍ଜିଲିଂ ସହରରୁ ମାତ୍ର 12 କିଲୋମିଟର ଦୂରରେ ଏହି ପର୍ଯ୍ୟଟନ ସ୍ଥଳୀ । ପୂର୍ବରୁ ଏହି ସ୍ଥାନକୁ ଯାତାୟତ କରିବାର ସୁବିଧା ସୁଯୋଗ ନଥିବାରୁ ତିନି ବର୍ଷ ପୂର୍ବେ ଏହାକୁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ଅବହେଳିତ ପାର୍କରେ ମରାମତି କରାଯିବା ସହ ଯାତାୟତର ବ୍ୟବସ୍ଥା କରାଯାଇଛି । ସେନେଇ ସୋମବାରଠାରୁ ପାର୍କଟି ଖୋଲାଯାଇଛି । ପାର୍କର ମୁଖ୍ୟ ଆକର୍ଷଣ ପାଲଟିଛି ଏଠାରେ ଥିବା ଝରଣା । ଏହାସହ ବୋଟିଂର ମଧ୍ୟ ମଜା ନେଇ ପାରିବେ ପର୍ଯ୍ୟଟକ । ପାର୍କ ବୁଲିବାକୁ ହେଲେ ଏଣ୍ଟ୍ରି ଟିକଟର ବ୍ୟବସ୍ଥା ମଧ୍ୟ ଭବିଷ୍ୟତରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.