thumbnail

By

Published : Jul 15, 2020, 4:56 PM IST

ETV Bharat / Videos

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ cbseresults.nic.in , cbse.nic.in, results.nic.in ୱେଟସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ଡିଜି ଲକର ମୋବାଇଲ ଆପ ଜରିଆରେ ମଧ୍ୟ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ 18 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥର ପାସ ହାର 91.46 ପ୍ରତିଶତ ରହିଛି । ପୁଅଙ୍କ ଅପେକ୍ଷା ଝିଅଙ୍କ ରେଜଲ୍ଟ ଭଲ ରହିଛି । 93.31 ପ୍ରତିଶତ ଛାତ୍ରୀ ରଖିଥିବାବେଳେ ଛାତ୍ରଙ୍କ ପାସ ହାର 90.14 ପ୍ରତିଶତ ରହିଛି । ଏଥର ପରୀକ୍ଷା ଫେବୃୟାରୀ 15ରୁ ମାର୍ଚ୍ଚ 20 ଯାଏ ଅନୁଷ୍ଠିତ ହୋଇଥିଲା । କୋରୋନା ପାଇଁ ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଥିଲା । ତେଣୁ 6 ଟି ବିଷୟରେ ପରୀକ୍ଷା ହୋଇପାରିନଥିଲେ । ଫଳରେ ଏଥ ରେଜଲ୍ଟ ଆଭରେଜ ମାର୍କିଂରେ ପ୍ରଦାନ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.