thumbnail

By

Published : Mar 15, 2020, 2:49 PM IST

ETV Bharat / Videos

ନାଗ ସାପକୁ ଜଗିଲା ସାହସୀ ବିଲେଇ, 2 ଘଣ୍ଟା ଯାଏଁ କଲା ଲୋକଙ୍କୁ ରକ୍ଷା

ପୁଣେ: ସାପ ନାଁ ଶୁଣିଲେ ହିଁ ମନରେ ଭୟ ସୃଷ୍ଟି ହୁଏ । ସେ ପୁଣି ଯଦି ଗୋଟିଏ ବିଷାକ୍ତ ନାଗ ସାପଟିଏ ହୋଇଥାଏ ତାହେଲେ ଡର ଦ୍ବିଗୁଣିତ ହୋଇଯାଏ । ହେଲେ ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ଏଠାକାର ରାଜଗୁରୁନଗରରେ ଦେଖିବାକୁ ମିଳିଛି ଗୋଟିଏ ଚାଲାକ ଓ ସାହସୀ ବିଲେଇ । ଯିଏ ଦୀର୍ଘ 2 ଘଣ୍ଟା ଧରି ସାପକୁ ଗୋଟିଏ ସ୍ଥାନରେ ରୋକିବା ସହ ଏହାକୁ ଉଦ୍ଧାର କରିବାରେ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ କରିଛି । ସାପଟି କାହାର କିଛି କ୍ଷତି କରିବା ଆଗରୁ ହିଁ ବିଲେଇ ଏହାକୁ ରୋକିବାରେ ସକ୍ଷମ ହୋଇଥିଲା । ଯାହାକୁ ନେଇ ସାଧାରଣରେ ଜୋର ଧରିଛି ସାହସୀ ବିଲେଇର ଚର୍ଚ୍ଚା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.