ଯୁବକଙ୍କ ଅନନ୍ୟ କୃତି, ଧୂପକାଠିରେ ବନାଇଲେ ଅଯୋଧ୍ୟା ମନ୍ଦିର - ରାମ ମନ୍ଦିର ମଡେଲ

🎬 Watch Now: Feature Video

thumbnail

By

Published : Jul 31, 2021, 6:38 PM IST

ବେଙ୍ଗାଲୁରୁ: ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ନିର୍ମାଣ ହେଉଛି ରାମ ମନ୍ଦିର । ଏପଟେ ନିଜ କଳା କୃତିର ପରିଚୟ ଦେଇ ନିଜ ଘରେ ଠିଆ କରିଛନ୍ତି ଧୂପକାଠିରେ ରାମ ମନ୍ଦିର । ଆଉ ଯାହାକୁ ଦେଖିଲେ ଲାଖି ଯାଉଛି ଆଖି । ଧୂପକାଠିରେ ବି ଏମିତି କିଛି ସମ୍ଭବ ଏହି ଭାବନାରେ ପଡିଯାଉଛନ୍ତି ଦେଖଣାହାରୀ । ଏଭଳି କିଛି ଆକର୍ଷଣୀୟ କାରୁକାର୍ଯ୍ୟ କରି ଦେଖାଇଛନ୍ତି କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲା ବାଣ୍ଟୱାଲ ଅଞ୍ଚଳର ବିଜେଥ ନାୟକ । ଲକଡାଉନ ସମୟର ଉପଯୋଗ କରି ଏଭଳି କିଛି ଭିନ୍ନ ଓ ଅତି ଆକର୍ଷଣୀୟ କାରୁକାର୍ଯ୍ୟ କରିଦେଖାଇଛନ୍ତି ସେ । ରାମ ମନ୍ଦିରର ଏହି ନୂଆ ମଡେଲଟିକୁ ତିଆରି କରିବା ପାଇଁ ତାଙ୍କୁ ମୋଟ ୩ ମାସ ସମୟ ଲାଗିଥିଲା । ଆଉ ଏଥିରେ ଲାଗିଛି ୨ କେଜିର ଧୂପକାଠି । ଏହି ମଡେଲଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବା ଲକ୍ଷ୍ୟରେ ସେ ମୋଦିଙ୍କୁ ଚିଠି ଲେଖିଛନ୍ତି । ତେବେ ଦେଖନ୍ତୁ ବିଜେଥଙ୍କ ପ୍ରତିଭାର ଝଲକ.... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.