କମାଲ କଲେ ଅଟୋ ଡ୍ରାଇଭରଙ୍କ ପୁଅ, ସିପାହୀରୁ ହେଲେ ଅଫିସର - ଛତିଶଗଡର ଅଭିଷେକ ସିଂହ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9858893-thumbnail-3x2-abhishek.jpg)
ରାୟପୁର: କେତେବେଳେ ବାସ୍ନା ହୋଇ ଫୁଲରୁ ବାହାରୁଥାଉ, ତ କେତେବେଳେ ଧୂଆଁ ହୋଇ ପର୍ବତରୁ ଉଡିଥାଉ, ଆମ ଉଡିବାକୁ କେହି ରୋକି ପାରିବେ ନାହିଁ, କାହିଁକିନା ଆମେ ପର ସାହାଯ୍ୟରେ ନୁହେଁ, ଦୃଢ ମନୋବଳ ସାହାଯ୍ୟରେ ଉଡିଥାଉ। ସ୍ବର୍ଗତଃ ରାହତ ଇନ୍ଦୋରୀଙ୍କ ଏହି ପଂକ୍ତିକୁ ସମ୍ପୂର୍ଣ୍ଣ ରୂପେ ଚରିତାର୍ଥ କରିଛନ୍ତି ଛତିଶଗଡର ଭିଲାଇରେ ରହୁଥିବା ଆର୍ମି ଅଫିସର ଅଭିଷେକ ସିଂହ। ଅଭିଷେକ ସଫଳତାର ରାସ୍ତାର ବିଛାହୋଇଥିବା କଣ୍ଟାକୁ ପାର କରି ଛତିଶଗଡର ନାଁ ଉଜ୍ବଳ କରିଛନ୍ତି । ଛତିଶଗଡର ଏକ ଅଟୋ ଡ୍ରାଇଭରର ପୁଅ ଅଭିଷେକ ଆଜି (ଶନିବାର) ସେନା ବାହିନୀରେ ଅଫିସର ରୂପେ ସାମିଲ ହୋଇଛନ୍ତି । ସେ IMA ଡେରାଡୁନର ପାସିଂ ଆଉଟ୍ ପରେଡରେ ସାମିଲ ହୋଇ ଏହି ଗୌରବ ହାସଲ କରିଛନ୍ତି । ଏମିତି କରିକି ସେ ତାଙ୍କ ମା'ଙ୍କ ସ୍ବପ୍ନ ପୁରା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ତାଙ୍କ ମା' ଏବେ ଦୁନିଆରେ ନାହାଁନ୍ତି । ଚାଲନ୍ତୁ ଜାଣିବା ସିପାହୀରୁ ଅଫିସରର ମୁକୁଟ ପିନ୍ଧିଥିବା ଅଭିଷେକଙ୍କ ଜୀବନଯାତ୍ରାଙ୍କ ସମ୍ପର୍କରେ କିଛି...