ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି - ଆସାମ ବନ୍ୟା

🎬 Watch Now: Feature Video

thumbnail

By

Published : Jul 30, 2020, 3:47 PM IST

ଗୌହାଟୀ: ଧୀରେଧୀରେ ଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି । ପୂର୍ବରୁ 28 ଜିଲ୍ଲା ପ୍ରଭାବିତ ଥିବାବେଳେ ଏବେ 21 ଜିଲ୍ଲାର 1,771 ଗାଁରେ ଥିବା ପ୍ରାୟ 16 ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ 107 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବନ୍ୟାରେ 91,89,995 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନରେ 137 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 163 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ, ଧୁବ୍ରି, ଗୋଲପାରା ଏବଂ ସୋନିଟପୁରରେ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.