ଭୋଟ ଦେଲେ ୮୮ ବର୍ଷୀୟା ବୃଦ୍ଧା, ଜୀବନର ଶେଷ ମତଦାନ କହି କାନ୍ଦିଲେ - ୮୮ ବର୍ଷୀୟ ବୃଦ୍ଧ ଭୋଟ ଦେବା ଖବର ଭୁବନେଶ୍ବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14822877-197-14822877-1648119395171.jpg)
ଭୁବନେଶ୍ୱର: ଆଜି ଚାଲିଛି ମହାନଗର ନିଗମ ପାଇଁ ମତଦାନ । ମତଦାନ ପାଇଁ କେନ୍ଦ୍ରରେ ପହଞ୍ଚିଛନ୍ତି ୮୮ ବର୍ଷୀୟ ବୃଦ୍ଧା ଅନ୍ନପୂର୍ଣ୍ମା ଦାସ । ପରିଣତ ବୟସରେ ଭୋଟ ଦେଇ ଥିବାବେଳେ ଏହା ମୋ ଜୀବନର ଶେଷ ଭୋଟ ବୋଲି କହି କାନ୍ଦି ପକାଇଛନ୍ତି ବୃଦ୍ଧା ଜଣକ । ବୃଦ୍ଧା ଜଣକ କହିଛନ୍ତି ଯେ, ମତ ସାବ୍ୟସ୍ତ କରି ଯେତିକି ଖୁସି ଅଛି ଏହା ମୋର ଶେଷ ମତଦାନ ଭାବି ଦୁଃଖ ମଧ୍ୟ ଲାଗୁଛି । କାରଣ ମୁଁ ମୋ ଦେଶକୁ ଭଲପାଏ, ପୁଣି ଥରେ ଏହି ଦେଶରେ ଜନ୍ମ ହୋଇ ମତ ଜାହିର କରିବାର ସୁଯୋଗ ମିଳୁ ବୋଲି ଆଶା କରି କାନ୍ଦି ପକାଇଛନ୍ତି ବୃଦ୍ଧା ଜଣକ । ଏଥିସହ ଯାହାଙ୍କୁ ଭୋଟ ଦେଇଛି ସେ ବିଜୟୀ ହୋଇ ଆସୁ ବୋଲି କାମନା କରିଛନ୍ତି ବୃଦ୍ଧା । ଏହି ସମୟରେ ବୃଦ୍ଧାଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ର କଥା ହୋଇଥିବା ଜଣାପଡିଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST