ଯାଜପୁରରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ - ପୋଲିସ ପ୍ରତିଷ୍ଠା ଦିବସ

🎬 Watch Now: Feature Video

thumbnail

By

Published : Apr 1, 2022, 11:56 AM IST

Updated : Feb 3, 2023, 8:21 PM IST

ଯାଜପୁର: ଆଜି ସାରା ରାଜ୍ୟ ପାଳୁଛି 86ତମ ଉତ୍କଳ ଦିବସ । ଏଥିସହ ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଏସ୍ପି ଅଫିସ ପରିସରରେ 87 ତମ ଜିଲ୍ଲା ସ୍ତରୀୟ ପୋଲିସ ଦିବସ ପାଳିତ ହୋଇଯାଇଛି । ଯାଜପୁର ଏସ୍ପି ରାହୁଲ ପି ଆର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବାହିନୀ ଗଠନ ଦିନ ଠାରୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.