Yogi 2.0: ଜନ୍ମମାଟିରେ ଉତ୍ସବ ପାଳିଲେ ଗାଁ ଲୋକେ
🎬 Watch Now: Feature Video
ଡେରାଡୁନ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଲେ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର ୫୨ଜଣ ଟିମ ମଧ୍ୟ ଶପଥ ନେଉଛନ୍ତି । ଲକ୍ଷ୍ନୌ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କ ଶପଥ ନେବା ପରେ ତାଙ୍କ ଜନ୍ମମାଟିରେ ଦେଖିବାକୁ ମିଳିଛି ଖୁସିର ଲହର । ଉତ୍ତାରଖଣ୍ଡର ଗଡୱାଲ ଜିଲ୍ଲା ଅନ୍ତର୍ଗତ ପଞ୍ଚୁରରେ ଯୋଗୀଙ୍କ ଗାଁ ଲୋକେ ବାଣ ଫୁଟାଇବା ସହ ନାଚି ଉତ୍ସବ ପାଳନ କରିଛନ୍ତି । ଏଠାରେ ଗାଁ ଲୋକେ ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହି ଖୁସି ଲହରୀ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:20 PM IST