ନିର୍ବାହୀ ଅଧିକାରୀଙ୍କୁ ଉପରକୁ ଫାଇଲ ଫିଙ୍ଗିଲେ ପୌରାଧ୍ୟକ୍ଷା, ଭିଡିଓ ଭାଇରାଲ

By

Published : Nov 16, 2022, 3:59 PM IST

Updated : Feb 3, 2023, 8:32 PM IST

thumbnail
ଯାଜପୁର: ନିର୍ବାହୀ ଅଧିକାରୀଙ୍କ ଉପରେ ରାଗିକି ଫାଇଲ ଫିଙ୍ଗିଲେ ପୌରାଧ୍ୟକ୍ଷା । ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି । କୌଣସି କାରଣକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଉପରକୁ ଫାଇଲ ଫିଙ୍ଗିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଗତକାଲି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ଅନ୍ୟତ୍ର ଖଣ୍ଡପଡା ନିର୍ବାଚନ ମଣ୍ଡଳୀକୁ ବଦଳି ହୋଇଥିବାର ମଧ୍ୟ ଖବର ମିଳିଛି । ତେବେ ଏହି ଫାଇଲ ଫିଙ୍ଗିବା ଘଟଣା କିଛି ଦିନ ପୂର୍ବର ବୋଲି କୁହାଯାଉଥିବା ବେଳେ ଏହା ଉପରେ କାହାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଇଟିଭି ଭାରତ, ଯାଜପୁର
Last Updated : Feb 3, 2023, 8:32 PM IST

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.