ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାତିରୁ ଡଙ୍ଗା ଭସାଇଲେ କଟକବାସୀ - ଡଙ୍ଗା ଭସାଇଲେ କଟକିଆ

🎬 Watch Now: Feature Video

thumbnail

By

Published : Nov 8, 2022, 9:30 AM IST

Updated : Feb 3, 2023, 8:31 PM IST

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ବଡି ବିଳମ୍ବିତ ରାତିରୁ ଡଙ୍ଗା ଭସାଇଛନ୍ତି କଟକବାସୀ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଟକ କାଠଯୋଡ଼ି ଓ ମହାନଦୀ ପଠାରେରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ଡଙ୍ଗା ଭସାଇବା ବାରଣ କରାଯାଇଥିବାବେଳେ, ଚଳିତ ଥର କଟକଣା ହଟିବା ପରେ ଜନ ସାଧାରଣଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଯେହେତୁ ଚନ୍ଦ୍ର ଗ୍ରହଣ ଲାଗୁଛି ଏ ନେଇ ରାତି ୨ଟାରୁ ଡଙ୍ଗା ଭସାଇବା ପାଇଁ କଟକ ଦେବୀଗଡ଼ା ଘାଟ କାଠଯୋଡ଼ି କୂଳରେ ଓ ଗଡଗଡିଆ ଘାଟ ନିକଟରେ ବେଶ ଭିଡ଼ ଦେଖିବାକୁ ମିଳିଛି । ତେବେ ହିନ୍ଦୁ ଧର୍ମର ଯେଉଁ ସଂସ୍କୃତି, ଐତିହ୍ୟ ପରମ୍ପରା ରହିଛି 'ଆକା ମା ବୈଇ ପାନ ଗୁଆ ଦେଲି ଥୋଇ' ସଂସ୍କୃତିକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ ମାନଙ୍କରେ ଡଙ୍ଗା ଭସାଇଛନ୍ତି । ପରମ୍ପରାର ସ୍ମୃତି ଚାରଣ ପାଇଁ ବୋଇତ ବନ୍ଦାଇଛନ୍ତି । ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ କଟକରେ ରୀତିନୀତି ଅନୁସାରେ ଡ଼ଙ୍ଗା ଭସାଇଛନ୍ତି କଟକିଆ । ମଧ୍ୟରାତିରୁ ସ୍ନାନ ସାରି କାର୍ତ୍ତିକ ମାସର ବ୍ରତ ଶେଷ କରିଛନ୍ତି । ଖୋଳ କୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ପକାଇ, ଆକା ମା ବୈ କହି ପବିତ୍ର ଡ଼ଙ୍ଗା ଭସାଇ ପୁଣ୍ୟ ମାସକୁ ବିଦାୟ ଦେଇଛନ୍ତି ସମସ୍ତେ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.