ULB Polls: ମତ ସାବ୍ୟସ୍ତ କଲେ ବିଧାୟକ ସୁଶାନ୍ତ ଓ ଅନନ୍ତ - ଭୁବନେଶ୍ବରରେ ପୌର ନିର୍ବାଚନ

🎬 Watch Now: Feature Video

thumbnail

By

Published : Mar 24, 2022, 4:00 PM IST

Updated : Feb 3, 2023, 8:20 PM IST

ଭୁବନେଶ୍ବର: ଆଜି(ଗୁରୁବାର) ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡିର ଦୁଇ ବିଧାୟକ । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମତଦାନ କରିଛନ୍ତି । ଗଣତନ୍ତ୍ରର ଏହି ମହାନ ପର୍ବ ନିଜର ପ୍ରତିନିଧି ଚୟନର କରିବାର ଅଧିକାର ଦେଇଛି । ସମସ୍ତେ ମିଳିମିଶି ନିଜର ମୂଲ୍ୟବାନ ଭୋଟ ଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ବୋଲି ଆହ୍ବାନ କରିଛନ୍ତି ଦୁଇ ବିଧାୟକ । ମତଦାନ କରି ମହାନଗର ନିଗମ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟରେ ସହାୟକ ହେବାକୁ ଉଭୟ ଅନୁରୋଧ କରିଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.