ETV Bharat / sukhibhava

Skin Care Tips: ତ୍ବଚାରେ କଳାଦାଗ ସମସ୍ୟା କରୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

author img

By

Published : Sep 10, 2022, 5:00 PM IST

ତ୍ବଚାରେ ଟ୍ୟାନିଂ ସମସ୍ୟା ଥିଲେ ଆପଣନ୍ତୁ ଏହି ଘରୋଇ ଉପଚାର, ଦୂର କରନ୍ତୁ ମୁହଁରୁ କଳା ଦାଗ । ଅଧିକ ପଢନ୍ତୁ

Skin Care Tips: ତ୍ବଚାରୁ କଳାଦାଗ ସମସ୍ୟା କରୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ହାଇଦ୍ରାବାଦ: ମୌସୁମୀ ସମୟରେ ଚେହେରାର ଟ୍ୟାନିଂର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର କାରଣ ହେଉଛି ଚର୍ମ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ବାରା ଟ୍ୟାନିଂ ସୃଷ୍ଟି ହୋଇଥାଏ । କେବଳ ଏତିକି ନୁହେଁ, ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ହେତୁ ଚର୍ମରେ କଳା ଦାଗ ମଧ୍ୟ ଦେଖାଯାଏ । ତେବେ ଏସବୁ ସମସ୍ୟାକୁ ଏଡାଇବା ପାଇଁ କେତେକ ଘରୋଇ ଉପଚାର ଆପଣାଇ ପାରିବେ । ନିମ୍ନରେ ଏ ବାବଦରେ କେତେକ ଆଲୋଚନା କରାଯାଇଛି(Skin Care Tips)...

ଦହି ଏବଂ ମହୁ:- ଏହା ସାହାଯ୍ୟରେ, ଆପଣ ମୁହଁରୁ ଟାନ ଏବଂ ଦାଗ ବାହାର କରିପାରିବେ । ଦହି ଏବଂ ମହୁ ଆପଣଙ୍କ ଚେହେରାକୁ ସୂର୍ଯ୍ୟର ଅତିବାଇଗଣି ରଶ୍ମିରୁ ରକ୍ଷା କରିବାରେ ଏବଂ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ପୁନଃ ସୃଷ୍ଟି କରିବାରେ ସାହାଯ୍ୟ କରେ । ଏଥିପାଇଁ ଏକ ଚାମଚ ମହୁକୁ ଦୁଇ ଚାମଚ ଦହିରେ ଭଲକି ମିଶାଇ ମୁହଁରେ ମାଲିସ୍ କରିବା ସମୟରେ ଏହାକୁ ପ୍ରୟୋଗ କରନ୍ତୁ ଏବଂ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହା ଚର୍ମକୁ ନରମ ମଧ୍ୟ କରିଥାଏ ।

ଲେମ୍ବୁ ରସ:- ଲେମ୍ବୁ ରସରେ ଭିଟାମିନ୍ ସି ଥାଏ ଯାହାକି ସୂର୍ଯ୍ୟ କିରଣରୁ ସୃଷ୍ଟି ହୋଇଥିବା କଳାଦାଗକୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରିଥାଏ । ଆପଣ ଲେମ୍ବୁ ରସ ଏବଂ ନଡିଆ ତେଲ ବ୍ୟବହାର କରି ଏକ ସପ୍ତାହ ପରେ ମୁହଁରେ ଥିବା ଦାଗ ଦୂର କରିପାରିବେ । ଏଥିପାଇଁ ନଡ଼ିଆ ତେଲରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ବାରା ଫଳପ୍ରଦ ହୋଇଥାଏ ।

କାକୁଡି ଏବଂ ଗୋଲାପ ଜଳ:- କାକୁଡି ଏବଂ ଗୋଲାପ ଜଳ ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଏହା ଚର୍ମକୁ ଚମକଦାର ଏବଂ ଟାଣ ଦେଖାଯାଏ । ଏଥିପାଇଁ ଏକ ପାତ୍ରରେ କାକୁଡି ରସ ଏବଂ ଅଳ୍ପ ବୁନ୍ଦା ଗୋଲାପ ଜଳ ମିଶାଇ ଏକ ଭଲ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ।

ଘୋଷଣା:- ଉପରସ୍ଥ ଘରୋଇ ଉପଚାର ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଆପଣେଇବା ପୂର୍ବରୁ ପ୍ରଥମେ ଆପଣଙ୍କ ସ୍କିନ୍ ପରୀକ୍ଷା କରାଇ ନେବା ଆବଶ୍ୟକ । କାରଣ ଅଧିକାଂଶ ଚର୍ମରେ ଘରୋଇ ଉପଚାର୍ ସୁଟ୍ କରିନଥାଏ, ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.