ETV Bharat / entertainment

ଜନ୍ମଦିନର ଦିନକ ପୂର୍ବରୁ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜୟମ ରବି, ପତ୍ନୀ ଆରତୀଙ୍କ ଠୁ ହେଲେ ଅଲଗା - JAYAM RAVI ANNOUNCES DIVORCE

author img

By ETV Bharat Entertainment Team

Published : Sep 9, 2024, 3:40 PM IST

Updated : Sep 9, 2024, 3:45 PM IST

Jayam Ravi Announces Divorce with Wife: ଆଲଗା ହେଲେ ସାଉଥ ଅଭିନେତା ଜୟମ ରବି ଏବଂ ତାଙ୍କ ପତ୍ନୀ ଆରତୀ । ବିବାହର 15 ବର୍ଷ ପରେ ଆଜି, ସେପ୍ଟେମ୍ବର 9 ରେ ଛାଡପତ୍ର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ଉଭୟ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ଜନ୍ମଦିନର ଦିନକ ପୂର୍ବରୁ ଜୟମ ରବିଙ୍କ ଛାଡପତ୍ର ଘୋଷଣା, 15 ବର୍ଷ ପରେ ପତ୍ନୀ ଆରତୀଙ୍କ ଠୁ ହେଲେ ଅଲଗା
ଜନ୍ମଦିନର ଦିନକ ପୂର୍ବରୁ ଜୟମ ରବିଙ୍କ ଛାଡପତ୍ର ଘୋଷଣା, 15 ବର୍ଷ ପରେ ପତ୍ନୀ ଆରତୀଙ୍କ ଠୁ ହେଲେ ଅଲଗା (Instagram)

ହାଇଦ୍ରାବାଦ: 'ପୋନିୟନ ସେଲଭନ' ଫେମ ତାମିଲ ଅଭିନେତା ଜୟମ ରବି ତାଙ୍କ ପତ୍ନୀ ଆରତୀ ଆଜି ଛାଡପତ୍ର ଘୋଷଣଆ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ଉଭୟ ସୂଚନା ଦେଇଛନ୍ତି ।ବିବାହର 15 ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି ଉଭୟ । ଏହି ପୋଷ୍ଟରେ ସେ ଏହି ସମୟରେ ତାଙ୍କର ଗୋପନୀୟତା ବଜାୟ ରଖିବାକୁୁ ଅନୁରୋଧ କରିଛନ୍ତି । କିଛି ମାସ ପୂର୍ବେ ଆରତୀ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ଜୟମଙ୍କ ସହ ଥିବା ଫଟୋଗୁଡ଼ିକୁ ଡିଲିଟ କଲାବେଳେ ସେମାନଙ୍କ ଅଲଗା ହେବାର ଖବର ବ୍ୟାପିଥିଲା । ବର୍ତ୍ତମାନ ଏହି ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଭୟ ।

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଛାଡ଼ପତ୍ର ଘୋଷଣା

ଆସନ୍ତାକାଲି ଅର୍ଥାତ୍ 10 ସେପ୍ଟେମ୍ବର ହେଉଛି ଜୟମ ରବିଙ୍କ ଜନ୍ମଦିନ, ଏହାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଛାଡପତ୍ର ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଛାଡପତ୍ର ପୋଷ୍ଟ ସେୟାର କରି ରବି ଲେଖିଛନ୍ତି, 'ଆପଣଙ୍କ ଭଲପାଇବା ଏବଂ ବୁଝାମଣା ପାଇଁ କୃତଜ୍ଞ । ମୁଁ ଅତ୍ୟନ୍ତ ଭାରୀ ହୃଦୟ ସହ ଆପଣ ସମସ୍ତଙ୍କ ସହିତ ବ୍ୟକ୍ତିଗତ ଜିନିଷ ବାଣ୍ଟିବାକୁ ଯାଉଛି । ବହୁ ଚିନ୍ତା, ବିଚାର ଏବଂ ଆଲୋଚନା ପରେ ମୁଁ ଆରତୀଙ୍କ ସହ ଅଲଗା ହେବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇ ନାହିଁ କିନ୍ତୁ କିଛି ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତି ନିଆଯାଇଛି । ମୁଁ ବିଶ୍ୱାସ କରେ ଏହା ଆମ ଦୁହିଁଙ୍କ ପାଇଁ ଠିକ୍ ଅଟେ ।

ଗୋପନୀୟତା ରଖିବାକୁ କଲେ ଅନୁରୋଧ

ସେ ଆହୁରି ଲେଖିଛନ୍ତି, ''ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି କଠିନ ସମୟରେ ଆମର ଏବଂ ଆମ ପରିବାର ସଦସ୍ୟଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଏ ବାବଦରେ କୌଣସି ଧାରଣା, ଗୁଜବ କିମ୍ବା ଅଭିଯୋଗକୁ ଏଡ଼ାନ୍ତୁ ଏବଂ ମାମଲାକୁ ବ୍ୟକ୍ତିଗତ ରଖନ୍ତୁ । ମୋର ପ୍ରାଥମିକତା ସର୍ବଦା ସମାନ ରହିଆସିଛି । ମୋ ଚଳଚ୍ଚିତ୍ର ମାଧ୍ୟମରେ ମୋର ପ୍ରିୟ ଦର୍ଶକଙ୍କୁ ସୁଖ ଏବଂ ମନୋରଞ୍ଜନ ଦେବା । ମୁଁ ଏବଂ ଆପଣଙ୍କ ଜୟମ ରବି ମୁଁ ସର୍ବଦା ରହିବି । ଯାହାକୁ ଆପଣ ସମସ୍ତେ ମୋ କ୍ୟାରିୟରରେ ଭଲ ପାଉଛ ଏବଂ ଜଣେ ଅଭିନେତା ଭାବରେ ଯିଏ ନିଜ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଏବଂ ସର୍ବଦା ନିଜର ଶ୍ରେଷ୍ଠତା ଦେବାକୁ ଚେଷ୍ଟା କରେ । ଏହିପରି ଆପଣଙ୍କର ସମର୍ଥନ ରଖନ୍ତୁ ।''

ଏହା ମଧ୍ୟ ପଢନ୍ତୁ: ୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି

ଜୟମ ରବି 2009 ରେ ଆରତୀଙ୍କୁ ବିବାହ କରିଥିଲେ

କହିରଖୁଛୁ କି, ଜୟମ ରବି 2009 ରେ ଟେଲିଭିଜନ ନିର୍ମାତା ସୁଜତା ବିଜୟକୁମାରଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ । ଆରତୀ ସ୍କଟଲ୍ୟାଣ୍ଡରେ ଅଧ୍ୟୟନ କରୁଥିବାବେଳେ ସେମାନେ ନିକଟତର ହୋଇଥିଲେ ଏବଂ ପରସ୍ପରକୁ ଜାଣିବାର ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ଶେଷରେ ସେମାନେ ବିବାହ କଲେ । ଏହି ଦମ୍ପତିଙ୍କର ଦୁଇ ପୁଅ ଆରାଭ ଏବଂ ଆୟାନ୍ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2024, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.