ETV Bharat / state

ବର୍ଷାରେ ବେହାଲ କୋରାପୁଟ: ମାଛକୁଣ୍ଡ ପାୱାର ହାଉସରେ ପସିଲା ପାଣି, ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ - Koraput Heavy Rain

author img

By ETV Bharat Odisha Team

Published : Sep 9, 2024, 3:52 PM IST

Updated : Sep 9, 2024, 5:20 PM IST

Koraput Heavy Rain: ଲଗାଣ ବର୍ଷାରେ ଉବୁଟୁବୁ କୋରାପୁଟ ଜିଲ୍ଲା । ରାସ୍ତାରେ ଚାଲୁଛି ବର୍ଷା ଜଳ । ମାଛକୁଣ୍ଡ ପାୱାର ହାଉସରେ ପସିଲା ବର୍ଷା ଜଳ । ସେପଟେ କିଛି ଘର ଆଶିଂକ ଭାଙ୍ଗିଥିବା ସୂଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Heavy Rain
Heavy Rain (ETV Bharat Odisha)

କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଦିନ ତମାମ ବର୍ଷା ଲାଗି ରହିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ସାଲୁର, ଛତିଶଗଡର ଜଗଦଲପୁର ଆଦି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ବି ଦେଖିବାକୁ ମିଳିଛି । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ରାସ୍ତା ଘାଟ ସବୁଠି ଲହଡି ଭାଙ୍ଗୁଛି ବର୍ଷା ଜଳ । ଅନ୍ୟପଟେ ଜିଲ୍ଲାର ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପସି ଯାଇଛି ବର୍ଷା ଜଳ । ଫଳରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରଖାଯାଇଛି ।

Heavy Rain (ETV Bharat Odisha)

ମାଛକୁଣ୍ଡରେ ବନ୍ଦ ହେଲା ବିଦ୍ୟୁତ୍‌ ଉତ୍ପାଦନ:

ପ୍ରବଳ ବର୍ଷା ଫଳରେ ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ବର୍ଷା ଜଳ ପସିଯାଇଛି । ଫଳରେ ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରଖାଯାଇଛି । ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହେବା ପରେ ବିଦ୍ୟୁତ୍‌ ସେବା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି l ଏନେଇ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ସହକାରୀ ଯନ୍ତ୍ରୀ କୁରେଶୁ ପ୍ରଧାନ କହିଛନ୍ତି,ଡ୍ୟାମର କ୍ଷମତା 2750 ଫୁଟ ରହିଥିବା ବେଳେ ଡ୍ୟାମର 5ଟି ଗେଟ ଦେଇ 45 ହଜାର କ୍ୟୁସେକ ଜଳ ଛଡା ଯାଉଛି l ତଥାପି ଡ୍ୟାମରେ ଜଳସ୍ତର କମିବା ପରିବର୍ତ୍ତେ 2749.60 ଫୁଟ ରହିଛି l ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର D.ଡ୍ୟାମରେ ପହଞ୍ଚି ଜଳସ୍ତର ବଢ଼ିବାରୁ 4ଟି ଗେଟ ଖୋଲାଯାଇ 33 ହଜାର କ୍ୟୁସେକ ପାଣି ଛଡାଯାଉଛି l ଫଳରେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପ୍ରକଳ୍ପର ଦୁଇ ନମ୍ବର ୟୁନିଟ ଏବଂ 5 ନମ୍ବର ୟୁନିଟରେ ନବୀକରଣ ଚାଲିଥିବା ବେଳେ ଏଥିରେ ପାଣି ପଶି ଯିବାରୁ ମଟର ଯୋଗେ ପାଣି ନିଷ୍କାସନ ଉଦ୍ୟମ କରାଯାଇଥିଲା l କିନ୍ତୁ ଜଳଭଣ୍ଡାର ଉପରେ ଜଳସ୍ତର ବଢ଼ିବାରୁ ବିଦ୍ୟୁତ ପ୍ରକଳ୍ପକୁ ପାଣି ପଶି ଯିବାରୁ ଟରବାଇନ ଗୁଡିକ ସର୍ଟସର୍କିଟ ଆଶଙ୍କା କରି ଏବଂ ବିଭନ୍ନ ଯନ୍ତ୍ର ଗୁଡି଼କ ପାଣିମଗ୍ନ ହୋଇଯିବାରୁ ସମ୍ପୂର୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଛି l ପ୍ରକଳ୍ପ ବନ୍ଦ ହେବା ପରେ ଘଣ୍ଟା ପ୍ରତି 80 ମେଗା ୱାଟ ବିଦ୍ୟୁତ କ୍ଷତି ସହିବା ଆରମ୍ଭ ହୋଇଛି । ଟରବାଇନ ଗୁଡିକରେ ପାଣି ପଶିଯାଇ ଲୁବ୍ରିକେଣ୍ଟ ସବୁ ନଷ୍ଟ ହୋଇଯିବା ଫଳରେ ପ୍ରକଳ୍ପ କେବେ ଚାଲିବ କହିବା କଷ୍ଟସାଧ୍ୟ ।

Heavy Rain
Heavy Rain (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: Odisha Heavy Rain: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୬ ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ, ଆଲର୍ଟରେ

ବର୍ଷାରେ ବେହାଲ କୋରାପୁଟ:

ଗତକାଲି(ରବିବାର) ପରି ଆଜି ବି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ଆଜି 925.2 ମିଲିମିଟର ଓ ହାରାହାରି 66.09 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ । ପାଣିପାଗ ‌ବିଭାଗ ପକ୍ଷରୁ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଫଳରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତକାଲି(ରବିବାର) ସକାଳ ୮ଟାରୁ ଆଜି(ସୋମବାର) ସକାଳ ୮ଟା ଯାଏଁ ଜିଲ୍ଲାର ବୈପାରୀଗୁଡା ବ୍ଲକରେ 198 ମିମି, ଲମତାପୁଟ ବ୍ଲକରେ 132.0 ମିମି ସର୍ବାଧିକ ବର୍ଷା ହୋଇଛି। ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକରେ ବର୍ଷା କମିଛି । ସେହିପରି କୋରାପୁଟ ବ୍ଲକରେ 69.6 ମିମି ବର୍ଷା ହୋଇଛି।

ଏହା ମଧ୍ୟ ପଢନ୍ତୁ:Odisha Rain: ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି

ରାସ୍ତାରେ ଚାଲୁଛି ପାଣି:

Heavy Rain
Heavy Rain (ETV Bharat Odisha)

ଗତକାଲି ଜୟପୁର ବ୍ଲକ ଓ ବୈପାରୀଗୁଡା ବ୍ଲକରେ ପ୍ରବଳ ବର୍ଷା ହେବା ଫଳରେ ଉପରମୁଣ୍ଡର ପାଣି କୋଲାବ ଓ ବିରିଗାଡ଼କୁ ଅଧିକ ପାଣି ପ୍ରବାହିତ ହୋଇଥିଲା । ଏହି ବର୍ଷା ପାଣି କୁନ୍ଦ୍ରା ବ୍ଲକ ଦେଇ ପ୍ରବାହିତ ହେଉଥିବା କୋଲାବ ଓ ବିରିଗାଡ଼ର କୂଳ ଖାଇ ଜମିରେ ପଶିବା ସହ ରାସ୍ତା‌ରେ ଚାଲିଥିଲା । ଏକର ଏକର ଜମିରେ ଏହି ପାଣି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନଦୀପାଖ ଗାଁର କିଛି ପରିବାରକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ‌ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠି ।

Heavy Rain
Heavy Rain (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:Rain Update: ଅବପାତରେ ପରିଣତ ହେଲା ସୂଦୃଶ ଲଘୁଚାପ, ରେଡ୍‌ ଆଲର୍ଟ ଭିତରେ ଏସବୁ ଜିଲ୍ଲା

କିଛି ସ୍ଥାନରେ ଆଶିଂକ ଭାଙ୍ଗିଛି ଘର:

ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀଙ୍କ ସୂଚନା ଅନୁସାରେ, ବର୍ଷା ଫଳରେ ଜିଲ୍ଲାରେ କିଛି ଘର ଆଂଶିକ ଭାଙ୍ଗିଥିବା ପ୍ରାରମ୍ଭିକ ସୂଚନା ମିଳିଥିବା ବେଳେ ସେଥିରୁ ବୈପାରୀଗୁଡାର ସର୍ବାଧିକ 18ଟି ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଧାନଜମିରେ ପାଣି ପଶି ଯାଇଛି । ତେବେ କେତେ ଦୂର କ୍ଷୟକ୍ଷତି ହୋଇଛି ତାହା କହିବା ମୁସ୍କିଲ । ପାଣି କମିବା ପରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ଯାଞ୍ଚ କରି ରିପୋର୍ଟ ଦେଲେ ହିଁ ସ୍ପଷ୍ଟ ହୋଇ ପାରିବ ।

ବଢୁଛି କୋଲାବ ଜଳସ୍ତର (ETV Bharat Odisha)

କୋଲାବ ଜଳଭଣ୍ଡାରରେ ବଢୁଛି ଜଳସ୍ତର:

ଅନ୍ୟପଟେ କୋଲାବ ଜଳଭଣ୍ଡାରରେ ଜଳସ୍ତର ବଢୁଛି । 858 ମିଟର ସର୍ବୋଚ୍ଚ ସ୍ତରଥିବାବେଳେ ଏବେ ଏହା 856.45ମିଟରକୁ ପହଞ୍ଚିଲାଣି, ସେହିପରି ତେଲିଙ୍ଗିରି ଜଳଭଣ୍ଡାର 633.00 ମିଟର ଥିବା ବେଳେ ଏହା ଭିତରେ 631.89 ମିଟର ଜଳ ରହିଛି । ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏନେଇ କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି, କୋଲାବ ଜଳଭଣ୍ଡାରର ଜଳସ୍ତର ବଢୁଥିବା କଥା ଶୁଣି ମୁଁ ଦେଖିବାକୁ ଆସିଛି । ଲୋକଙ୍କୁ ସଚେତନ କରାଯିବା ଜଳଭଣ୍ଡାରର ଅଧିକାରୀଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛି । ଯଦି ଜଳଭଣ୍ଡାରରେ ଆଉ 5 ଫୁଟ ଜଳସ୍ତର ବଢିବ ଗେଟ ଖୋଲିବାକୁ ଆଲୋଚନା କରିଛି । ଆହୁରି ଯଦି ଜଳସ୍ତର ବଢେ ତେବେ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଏଥିପାଇଁ ପଦକ୍ଷେପ ନିଆଯିବ । ଲୋକଙ୍କୁ ସୁରକ୍ଷିତ ରଖିବାକୁ ଆମେ ଚେଷ୍ଟା କରୁଛୁ ।’

ଇଟିଭି ଭାରତ, କୋରାପୁଟ

Last Updated : Sep 9, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.