ETV Bharat / entertainment

ଗୋଟିଏ ଫ୍ରେମରେ ନଜର ଆସିଲେ ଜୁନିଅର ଏନଟିଆର- ସନ୍ଦୀପ ରେଡ୍ଡି ଭଙ୍ଗା, ଆଗାମୀ ଫିଲ୍ମ ନେଇ ବଢିଲା ଚର୍ଚ୍ଚା - Jr NTR and Sandeep Reddy Vanga

author img

By ETV Bharat Entertainment Team

Published : Sep 9, 2024, 4:36 PM IST

Jr NTR and Sandeep Reddy Vanga's Photo: ରଣବୀର କପୁରଙ୍କ ପରେ ଏବେ ଜୁନିଅର ଏନଟିଆରଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡୀ ଭଙ୍ଗା । ବାସ୍ତବରେ ଜୁନିଅର ଏନଟିଆର ଏବଂ ସନ୍ଦୀପ ରେଡ୍ଡି ଭଙ୍ଗା ଏକାଠି ଗୋଟିଏ ଫ୍ରେମରେ ନଜର ଆସିଥିବା ବେଳେ ଉଭୟଙ୍କ ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ,

ଗୋଟିଏ ଫ୍ରେମରେ ନଜର ଆସିଲେ ଜୁନିଅର ଏନଟିଆର- ସନ୍ଦୀପ ରେଡ୍ଡି ଭଙ୍ଗା, ଆଗାମୀ ଫିଲ୍ମ ନେଇ ବଢିଲା ଚର୍ଚ୍ଚା
ଗୋଟିଏ ଫ୍ରେମରେ ନଜର ଆସିଲେ ଜୁନିଅର ଏନଟିଆର- ସନ୍ଦୀପ ରେଡ୍ଡି ଭଙ୍ଗା, ଆଗାମୀ ଫିଲ୍ମ ନେଇ ବଢିଲା ଚର୍ଚ୍ଚା (ANI)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦେବରା ପାର୍ଟ-1' ସହ ଶିରୋନାମାରେ ରହିଛନ୍ତି । ଚଳିତ ସେପ୍ଟେମ୍ବର ମାସରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାର ପ୍ରମୋସନରେ ଖୁବ ବ୍ୟସ୍ତ ଅଛନ୍ତି ତାରକା । ଏପରି ସମୟରେ, 2023 ମସିହାରେ ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆନିମଲ' ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଜୁନିଅର ଏନଟିଆରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ଫଟୋ ଦେଖି ଉଭୟ ଆଗାମୀ ଫିଲ୍ମ ଏକାଠି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ଫ୍ରେମରେ ଜୁନିଅର ଏନଟିଆର- ସନ୍ଦୀପ ରେଡ୍ଡୀ ଭଙ୍ଗା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଆନିମଲ ନିର୍ଦ୍ଦେଶକ ଏକ ହ୍ୱାଇଟ ସାର୍ଟ ଏବଂ ଧୂସର ପ୍ୟାଣ୍ଟରେ ନଜର ଆସିଛନ୍ତି । ଅନ୍ୟପକ୍ଷରେ, ଜୁନିଅର ଏନଟିଆର ବ୍ଲୁ ଜିନ୍ସ ସହ ହ୍ୱାଇଟ ଟି-ସାର୍ଟ ଏବଂ ଏହା ଉପରେ ଏକ ଲାଲ୍ ଚେକ୍ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଉଭୟ ଆଗାମୀ ଫିଲ୍ମ ଏକାଠି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଫଟୋ ଦେଖି ଫ୍ୟାନ୍ସ ମାସ କଲାବୋରେସନ ବୋଲି କହିଛନ୍ତି । ଏଥିସହ ଅନ୍ୟ କେତେ ଫ୍ୟାନ୍ସ ସନ୍ଦୀପ ଏବଂ ଏନଟିଆରର ଏହି ଯୋଡିକୁ ଏକ ବ୍ଲକବଷ୍ଟର କମ୍ବୋ ବୋଲି କହିଛନ୍ତି । ଜଣେ ୟୁଜର୍ସ ପୋଷ୍ଟରେ 'ମାସ୍ କମ୍ବୋ'ରେ ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଯଦି ଏହି ଦୁଇଜଣ ଏକାଠି ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି ତେବେ ଦେଖିବା ମଜା ଲାଗିବ ।

ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା

ବାସ୍ତବରେ ଟଲିଉଡ ତାରକା Jr NTR ତାଙ୍କର ଆଗାମୀ ଚଳଚ୍ଚିତ୍ର ଦେବରା: ପାର୍ଟ 1 କୁ ପ୍ରମୋଟ୍ କରିବା ପାଇଁ ମୁମ୍ବାଇରେ ଅଛନ୍ତି । 10 ସେପ୍ଟେମ୍ବରରେ ଟ୍ରେଲର ଲଞ୍ଚ ପୂର୍ବରୁ Jr. NTR ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କୁ ଭେଟିଥିଲେ । ଯାହାର ଫଟୋ ଭାଇରାଲ ପରେ ଉଭୟଙ୍କ ସହଯୋଗରେ ଫିଲ୍ମ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି । ଖବର ଅନୁଯାୟୀ, Jr NTR ଏବଂ Vanga ସେମାନଙ୍କର ନିଜସ୍ୱ କାର୍ଯ୍ୟ ଏବଂ ଭବିଷ୍ୟତ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ଯଦିଓ ଦୁହେଁ ଏକାଠି କାମ କରିବାର କଳ୍ପନା କରାଯାଉଛି । ବର୍ତ୍ତମାନ ସମୟରେ ସହଯୋଗ ପାଇଁ କୌଣସି ଯୋଜନା ନାହିଁ ।

ଏହା ମଧ୍ୟ ପଢନ୍ତୁ: 'ଦେବରା ପାର୍ଟ-1': ଜୁନିଅର ଏନଟିଆରଙ୍କ ନୂଆ ପୋଷ୍ଟର ରିଲିଜ, ଏହି ଦିନ ରିଲିଜ ହେବ ଟ୍ରେଲର

ଏହି ଦିନ ରିଲିଜ ହେବ 'ଦେବରା'

ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ । ଆସନ୍ତା ସେପ୍ଟେମ୍ୱର 27ରେ ରିଲିଜ ହେବ ଫିଲ୍ମ । ଏହି ଫିଲ୍ମରେ ଜନୁିଅର ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ଜନୁିଅର ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଆରଆରଆର ପରି, ଏହି ତେଲୁଗୁ ଚଳଚ୍ଚିତ୍ରରେ ଅନେକ ଆକ୍ସନ ସିନ ରହିଥିବା କୁହାଯାଉଛି । ବିଗ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଏହାର ଭିଏଫଏକ୍ସ ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.