ETV Bharat / technology

ଗୋଟିଏ ଦିନରେ ପ୍ୟାନ କାର୍ଡ ଆବଶ୍ୟକ କି ? ଏମିତି କରନ୍ତୁ ଫ୍ରି ଡାଉନଲୋଡ୍‌ - Free Instant e PAN Card - FREE INSTANT E PAN CARD

Free Instant e-PAN: ଆପଣଙ୍କ ନିକଟରେ ପ୍ୟାନ କାର୍ଡ ନାହିଁ କି ? ଜରୁରୀ କାମ କରିବାକୁ ଅସୁବିଧା ଭୋଗୁଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ଗୋଟିଏ ଦିନରେ ଆପଣଙ୍କ ନିକଟରେ ପ୍ୟାନକାର୍ଡ ଉପଲବ୍ଧ ହେବ । ଏହାସହ ଆପଣ ମାଗଣାରେ ଏହାକୁ ଡାଉନଲୋଡ୍‌ କରିପାରିବେ । ଇନଷ୍ଟାଣ୍ଟ ଇ-ପ୍ୟାନ କାର୍ଡ ପାଇବା ଲାଗି ପଢନ୍ତୁ ଏହି ଖବର...

Free Instant e-PAN
Free Instant e-PAN (ETV Bharat Tech Team)
author img

By ETV Bharat Tech Team

Published : Sep 9, 2024, 4:06 PM IST

ହାଇଦ୍ରାବାଦ: ଯେଉଁମାନେ ଟ୍ରାନଞ୍ଜାକ୍ସନ କରୁଛନ୍ତି ସେମାନଙ୍କ ଲାଗି ଏବେ ପ୍ୟାନ କାର୍ଡ ବାଧ୍ୟତାମୂଳକ କରାଯାଇଛି । ଏଥିଲାଗି ସମସ୍ତେ ନିଜ ପାଖରେ ଇ-ପ୍ୟାନକାର୍ଡ (e-PAN Card) ରଖିବା ଆବଶ୍ୟକ । ଯଦି କେହି ବ୍ୟକ୍ତି ପ୍ୟାନ କାର୍ଡ ପାଇଁ ଆବେଦନ କରୁଛନ୍ତି, ତେବେ ଏଥିଲାଗି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ହେଲେ ଆପଣ କିଛି ଷ୍ଟେପ ଫଲୋ କଲେ ସଙ୍ଗେ ସଙ୍ଗେ ଇ-ପ୍ୟାନକାର୍ଡ ପାଇପାରିବେ । ଯାହାକି ପ୍ୟାନ କାର୍ଡର ସଫ୍ଟ କପି ହୋଇଥାଏ । ଏହାକୁ ଆପଣ ମାଗଣାରେ ନିଜ ମୋବାଇଲରେ ଡାଉନଲୋଡ କରି ରଖିପାରିବେ ।

Free Instant e-PAN ପାଇଁ କିପରି ଆବେଦନ କରିବେ ?

  • Step 1: ପ୍ରଥମେ ଗୁଗଲକୁ ଯାଇ ଆୟକର ବିଭାଗ (Income Tax Department)ର ୱେବସାଇଟ ଖୋଲନ୍ତୁ ।
  • Step 2: ଏବେ ହୋମ ସ୍କ୍ରିନରେ ପ୍ରଦର୍ଶିତ କ୍ବିକ୍‌ ଲିଙ୍କକୁ ଯାଆନ୍ତୁ ଏବଂ ଇ-ପ୍ୟାନ‌୍‌ ଅପସନକୁ ଚୟନ କରନ୍ତୁ ଏବଂ 'Get New e-PAN' ଅପସନ ଉପରେ କ୍ଲିକ୍ କରନ୍ତୁ ।
  • Step 3: ଏହାପରେ ନିଜର ଆଧାର ନମ୍ବର ଦିଅନ୍ତୁ ଏବଂ 'I Confirm That Checkbox' ଉପରେ କ୍ଲିକ କରନ୍ତୁ । ଏହାପରେ Continue ଅପସନ ଉପରେ କ୍ଲିକ କରନ୍ତୁ ।
  • Step 4: ଆଧାର ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରେ ଆପଣଙ୍କୁ ଏକ 6 ଅଙ୍କ ବିଶିଷ୍ଟ OTP ଆସିବ । ଏହାକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କ ସମସ୍ତ ତଥ୍ୟ ମୋବାଇଲ ସ୍କ୍ରିନରେ ଦେଖାଇବ।
  • Step 5: ଆପଣଙ୍କ ସମସ୍ତ ତଥ୍ୟ ସଠିକ ଅଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ । ଏହାପରେ I Accept That Checkbox ଉପରେ କ୍ଲିକ କରନ୍ତୁ । ଏହାପରେ Continue ଅପସନକୁ କ୍ଲିକ କରନ୍ତୁ ।
  • Step 6: ଏହାପରେ ଆପଣଙ୍କ e-PAN ଆବେଦନ ପ୍ରକ୍ରିୟା ଶେଷ ହେବ । ଏହାପରେ ଆପଣଙ୍କୁ acknowledgment number ଦିଶିବ । ଏହାକୁ ଅନ୍ୟ କୌଣସି ସ୍ଥାନରେ Save କରି ରଖନ୍ତୁ ।
  • Step 7: ଆପଣ ଏହି ପ୍ରକ୍ରିୟା ସମାପ୍ତ କରିବା ପରେ ଆପଣଙ୍କ ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ପାଇଁ ଏକ କନଫରମେସନ ନମ୍ବର ପାଇବେ । ନୂଆ ଇ-ପ୍ୟାନ କାର୍ଡ ପାଇବା ପାଇଁ ତୁରନ୍ତ Check Status କିମ୍ବା ଡାଉନଲୋଡ୍ PAN ଅପସନ ଚୟନ କରନ୍ତୁ ।

ଏହି ଷ୍ଟେପ ଗୁଡ଼ିକୁ ଅନୁସରଣ କଲେ ଆପଣ ତୁରନ୍ତ ଇ-ପ୍ୟାନ କାର୍ଡ ପାଇପାରିବେ । ଜରୁରୀ ସ୍ଥିତିରେ ବ୍ୟସ୍ତ ନ ହୋଇ ତୁରନ୍ତ ଏହି ପ୍ରକ୍ରିୟା ପୂର୍ଣ୍ଣ କରି ନିଜର କାମ କରିନିଅନ୍ତୁ । ପରବର୍ତ୍ତୀ ସମୟରେ ଡାକ ମାଧ୍ୟମରେ ଆପଣ ଦେଇଥିବା ଠିକଣାରେ ପ୍ୟାନ କାର୍ଡ ପହଞ୍ଚିଯିବ ।

ପଢନ୍ତୁ ଅନ୍ୟ କିଛି ଖବର

PVC Aadhaar Card: ନା ଚିରିବ ନା ଖରାପ ହେବ; 50ଟଙ୍କାରେ ଘରେ ପହଞ୍ଚିବ ଲଙ୍ଗ୍‌ ଲାଷ୍ଟିଂ ଆଧାର କାର୍ଡ, ଜାଣନ୍ତୁ କେମିତି ?

Free Aadhaar Update: ଆଉ ରହିଲା ଅଳ୍ପ ଦିନ, ତୁରନ୍ତ ଘରେ ବସି କରନ୍ତୁ ଆଧାର କାର୍ଡ ଅପଡେଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.