ETV Bharat / technology

ସାମସଙ୍ଗ ଗାଲାକ୍ସି S25 ଅଲଟ୍ରା ବନାମ S24 ଅଲଟ୍ରା; କେଉଁଟା ଭଲ, ଜାଣନ୍ତୁ ପ୍ରଭେଦ - GALAXY S25ULTRA VS GALAXY S24 ULTRA

ଗତକାଲି ସାମସଙ୍ଗ ଏହାର ଲାଟେଷ୍ଟ S25 ସିରିଜ ଲଞ୍ଚ କରିଛି । ତେବେ ଗାଲାକ୍ସି S25 ଅଲଟ୍ରା ଓ S24 ଅଲଟ୍ରା ମଧ୍ୟରେ କେଉଁ ଫୋନଟି ଭଲ ଜାଣନ୍ତୁ...

Samsung Galaxy S25 Ultra vs Galaxy S24 Ultra
Samsung Galaxy S25 Ultra vs Galaxy S24 Ultra (Image Credit- Samsung India)
author img

By ETV Bharat Tech Team

Published : Jan 23, 2025, 4:09 PM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆର ଟେକ୍‌ ଜାଏଣ୍ଟ ସାମସଙ୍ଗର ବାର୍ଷିକ ଇଭେଣ୍ଟ ଅନପ୍ୟାକଡ୍‌ 2025ରେ ଗାଲାକ୍ସି ଏସ25 ସିରିଜ ଲଞ୍ଚ ହୋଇଛି । ଏହି ସିରିଜର S25 ଅଲଟ୍ରା ସ୍ମାର୍ଟଫୋନର ତୁଳନା ଏହାର ପ୍ରିଡେସର S24 ଅଲଟ୍ରା ସହ କରିବାକୁ ଯାଉଛୁ । ଉଭୟ ଫୋନର ଡିଜାଇନ, ଅପଗ୍ରେଡେସନ, ବ୍ୟାଟେରୀ, କ୍ୟାମେରା ଆଦି କ୍ଷେତ୍ରରେ କେଉଁ ମଡେଲ କାହାଠାରୁ ଭଲ ସେ ସମ୍ପର୍କରେ ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।

ଏସ25 ଅଲଟ୍ରା ସ୍ମାର୍ଟଫୋନ କ୍ବାଲକମର ସ୍ନାପଡ୍ରାଗନ 8 ଏଲିଟ୍‌ ଚିପ୍‌ ସହ ଆସିଛି । ଯାହାକି ବର୍ଷ 2025ର ସବୁଠୁ ମହଙ୍ଗା ଫୋନ ମଧ୍ୟରୁ ଅନ୍ୟତମ । ଡିଜାଇନଠୁ ଆରମ୍ଭ କରି ଅଲଟ୍ରା-ୱାଇଡ-ଆଙ୍ଗଲ ଲେନ୍ସ ଅପଗ୍ରେଡ ପର୍ଯ୍ୟନ୍ତ ଗାଲାକ୍ସି ଏସ25 ଅଲଟ୍ରାରେ କମ୍ପାନୀ ଅନେକ ପରିବର୍ତ୍ତନ କରିଛି । ଯଦି ଆପଣ ଗାଲାକ୍ସି ଏସ24 ଅଲଟ୍ରା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅପଗ୍ରେଡିଂର ଆବଶ୍ୟକତା ଅଛି କି ନାହିଁ ? ଆମେ ଆଜି ଏହି ଦ୍ବନ୍ଦ୍ବ ଆପଣଙ୍କର ଦୂର କରିବୁ ।

Samsung Galaxy S25 Ultra vs Galaxy S24 Ultra
Samsung Galaxy S25 Ultra vs Galaxy S24 Ultra (Image Credit- Samsung India)

ଉନ୍ନତ ଡିଜାଇନ, ବଡ଼ ଡିସପ୍ଲେ

  • ଗାଲାକ୍ସି ଏସ24 ଅଲଟ୍ରା ଆୟତକାର ଡିସପ୍ଲେ ଓ କଭର୍ଡ ଫ୍ରେମ ସହ ଆସୁଥିବା ବେଳେ ଗାଲାକ୍ସି ଏସ25 ଅଲଟ୍ରା ନୂଆ ଡିଜାଇନ ସହ ଆସିଛି । ଏହା ଫ୍ଲାଟ ଫ୍ରେମ ଓ ଫ୍ଲାଟ ଡିସପ୍ଲେ ସହ ଆସିଥିବା ବେଳେ ଏହାର କର୍ଣ୍ଣର ବୃତ୍ତାକାର ରହିଛି । ଗାଲାକ୍ସି ଏସ24 ଅଲଟ୍ରା ଆଣ୍ଟି-ରିଫ୍ଲେକ୍ଟିଭ ଗରିଲା ଗ୍ଲାସ ଆର୍ମର ପ୍ରୋଟେକ୍ସନ ସହ ଆସିଥିବା ବେଳେ ଗାଲାକ୍ସି ଏସ25 ଅଲଟ୍ରା ଅପଗ୍ରେଡ୍‌ ହୋଇ ଗରିଲା ଗ୍ଲାସ ଆର୍ମର 2 ସହ ଆସିଛି ।
  • ଗାଲାକ୍ସି ଏସ 25 ଅଲଟ୍ରାରେ 6.9 ଇଞ୍ଚର QHD+ ରିଜୋଲ୍ୟୁସନ ସ୍କ୍ରିନ, 120 Hz ରିଫ୍ରେସ ରେଟ୍‌ ସହ ଆସିଛି, ଯାହାକି ଏହି ଫୋନକୁ ଗାଲାକ୍ସି ଏସ24 ଅଲଟ୍ରାଠାରୁ ବଡ଼ କରିଛି । ଏହାପରେ ମଧ୍ୟ ଏହା S24 ଅଲଟ୍ରାଠାରୁ 15 ଗ୍ରାମ ଓଜନ କମ ଅଛି ।
  • ଗାଲାକ୍ସି ଏସ25 ଅଲଟ୍ରା କ୍ବାଲକମ୍‌ର ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହ ଆସିଛି, ଯେଉଁଥିରେ CPU କାର୍ଯ୍ୟଦକ୍ଷତା 37% ଅଧିକ ଥିବା ବେଳେ ଗ୍ରାଫିକ୍ସ କ୍ଷମତା 30% ଅଧିକ ଓ NPU 40% ଦ୍ରୁତ ରହିଛି ।
  • କିନ୍ତୁ ଏହାର ମେମୋରୀ ଓ ଷ୍ଟୋରେଜ ଅପସନ 12GB RAM ଓ 256 GB/512GB/1TB ଭାରିଏଣ୍ଟ ସହିତ ସମାନ ଅଛି ।
Samsung Galaxy S25 Ultra
Samsung Galaxy S25 Ultra (Image Credit- Samsung India)

ନୂଆ S-Pen

ଗାଲାକ୍ସି ଏସ25 ଅଲଟ୍ରା ସହ ଆସିଥିବା ନୂଆ S-Pen କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ୟୁଜରଙ୍କ ଲାଗି ଡାଉନଗ୍ରେଡ୍‌ ରହିଛି, କାରଣ ଏହା ବ୍ଲୁଟୁଥ କ୍ଷମତାକୁ ହରାଇଛି । ଏହାଦ୍ବାରା ଏୟାର ଆକ୍ସନ ଭଳି ଫିଚର ପ୍ରଭାବିତ ହେବ ଏବଂ ଏସ-ପେନ୍‌ କ୍ୟାମେରା ଟ୍ରିଗନ୍‌ ବଟନ୍‌ ଲାଗି ବ୍ୟବହୃତ ହୋଇପାରିବ ନାହିଁ । ସେପଟେ ନୋଟ୍‌ ଲେଖିବା ଲାଗି ଏସ-ପେନ୍‌ ବେଶ ଲାଭଦାୟକ ହେବ । କିନ୍ତୁ ଯେଉଁମାନେ ଏସ-ପେନ୍‌ର ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରନ୍ତି ସେମାନଙ୍କ ଲାଗି S24 ଅଲଟ୍ରା ଭଲ ଅପସନ ହୋଇପାରେ ।

ନୂଆ 50MP ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ

ଗାଲାକ୍ସି ଏସ24 ଅଲଟ୍ରାର କ୍ବାଡ୍‌-କ୍ୟାମେରା ସେଟଅପରେ କମ୍ପାନୀ ବଡ଼ ପରିବର୍ତ୍ତନ କରିଛି । ଏଥିରେ ଥିବା 12MP ଅଲଟ୍ରା-ୱାଇଡ-ଆଙ୍ଗଲ ସେନ୍ସରକୁ ହାଇ-ରିଜୋଲ୍ୟୁସନ 50MP ସେନ୍ସର ଦ୍ବାରା ପରିବର୍ତ୍ତିତ କରାଯାଇଛି । କିନ୍ତୁ ଅନ୍ୟ କ୍ୟାମେରା ଏସ24 ସହିତ ସମାନ ଅଛି । ଏସ25 ଅଲଟ୍ରାରେ ଦିଆଯାଇଥିବା 200MP ମେନ୍‌ କ୍ୟାମେରା, 10MP 3x ଟେଲିଫଟୋ ଲେନ୍ସ, 50MP 6x ଟେଲିଫଟୋ ଲେନ୍ସ ଓ 50MP ଅଲଟ୍ରା-ୱାଇଡ-ଆଙ୍ଗଲ ଲେନ୍ସରେ ସଫ୍ଟୱେର ଅପ୍ଟିମାଇଜେସନରେ ଉନ୍ନତ କରାଯାଇଛି, ଯାହାଦ୍ବାରା ଏସ25 ଅଲଟ୍ରାରେ ଏସ24 ଅଲଟ୍ରା ଅପେକ୍ଷା ଉଚ୍ଚ ଗୁଣବତ୍ତାର ଫଟୋ ଓ ଭିଡିଓ ନିଆଯାଇପାରିବ ।

Samsung Galaxy S24 Ultra
Samsung Galaxy S24 Ultra (Image Credit- Samsung India)

ବ୍ୟାଟେରୀ ଓ ଫାଷ୍ଟ ଚାର୍ଜିଂ ସମାନ

ସାମସଙ୍ଗ ଉଭୟ ବ୍ୟାଟେରୀ ଓ ଫାଷ୍ଟ ଚାର୍ଜିଂରେ କୌଣସି ପରିବର୍ତ୍ତନ କରିନାହିଁ । ଏସ24 ଅଲଟ୍ରା ଭଳି ଏସ25 ଅଲଟ୍ରାରେ 5000mAh ବ୍ୟାଟେରୀ ଓ 45W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । କିନ୍ତୁ ଗାଲାକ୍ସି ଏସ25 ଅଲଟ୍ରା Qi2 ୱେୟାରଲେସ୍‌ ଚାର୍ଜିଂକୁ ସପୋର୍ଟ କରୁଛି ଯାହାଦ୍ବାରା OnePlus 13 ପରି ମ୍ୟାଗ୍ନେଟିକ୍‌ ରିଙ୍ଗ ଥିବା ଏକ କେସ୍‌ର ଆବଶ୍ୟକ । ଏହାବାଦ ୱେୟାରଲେସ ଚାର୍ଜିଂର ସ୍ପିଡ୍‌ ସମାନ 15W ରହିଛି ।

OneUI 7 ସହିତ ନୂଆ AI ଅଭିଜ୍ଞତା

ଗାଲାକ୍ସି ଏସ25 ଅଲଟ୍ରା ସ୍ମାର୍ଟଫୋନ ଆଣ୍ଡ୍ରଏଡ 15 ଆଧାରିତ OneUI 7 ସଫ୍ଟୱେର ସହ ଆସିଛି, ଯେଉଁଥିରେ ଗ୍ରାହକଙ୍କୁ ଅନେକ ନୂଆ ଏଆଇ ଅଭିଜ୍ଞତା ମିଳିବାକୁ ଯାଉଛି । ଏଥିରେ ମିଳିବାକୁ ଥିବା ଅନେକ ଫିଚର ଏସ24 ଅଲଟ୍ରାରେ OneUI 7 ଅପଡେଟ୍‌ ସହ ଫେବୃଆରୀ ଶେଷ ସୁଦ୍ଧା ନଚେତ ମାର୍ଚ୍ଚ ଆରମ୍ଭରୁ ରୋଲ୍‌ଆଉଟ୍‌ ହୋଇଯିବ । ଏଥିରେ ଅପଡେଟ ଆକାରରେ Gemini ଆସିଷ୍ଟାଣ୍ଟ ମିଳିବ, ଯାହାକି ଗୁଗଲ୍‌ ପିକ୍ସେଲ 9 ସିରିଜରେ ଉପଲବ୍ଧ ଅଛି । ଏହାବାଦ ଏଥିରେ ପର୍ସନାଲାଇଜଡ୍‌ ବ୍ରିଫିଂ, ସର୍କଲ-ଟୁ-ସର୍ଚ୍ଚରେ ଉନ୍ନତି ଓ ଅଡିଓ ଇରେଜର ଫିଚର ମିଳିବ । ଯଦି ଆପଣ ଏହି ଫିଚରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣ ଲାଟେଷ୍ଟ ଡିଭାଇସକୁ କିଣିପାରିବେ ।

କାହାର ଦାମ କେତେ ?

  • Samsung Galaxy S25 Ultraର ଦାମ ବେସ୍‌ ଭାରିଏଣ୍ଟ 12GB RAM ଓ 256GB ଷ୍ଟୋରେଜ ଲାଗି Rs 1,29,999 ଟଙ୍କା ରହିଛି । 12GB + 512GB ଲାଗି Rs 1,41,999 ଓ 12GB + 1TB ଭାରିଏଣ୍ଟ ଲାଗି Rs 1,65,999 ଟଙ୍କା ରହିଛି । ଏଥିରେ ଆପଣଙ୍କୁ Titanium Silverblue, Titanium Gray, Titanium Whitesilver ଓ Titanium Black କଲର ଅପସନ ରହିଛି ।
  • Samsung Galaxy S24 Ultraର ଦାମ ବେସ୍‌ ଭାରିଏଣ୍ଟ 12GB RAM ଓ 256GB ଷ୍ଟୋରେଜ ଲାଗି Rs 1,21,999 ଟଙ୍କା ରହିଛି । 12GB + 512GB ଲାଗି Rs 1,31,99 ଟଙ୍କା ରହିଛି ଓ 12GB + 1TB ଭାରିଏଣ୍ଟ ଲାଗି Rs 1,51,999 ଟଙ୍କା ରହିଛି । ଏଥିରେ ଆପଣଙ୍କୁ Titanium Gray, Titanium Black, Titanium Violet, Titanium Yellow ସହିତ ତିନୋଟି ସ୍ପେଶାଲ କଲର ଅପସନ Titanium Blue, Titanium Green ଓ Titanium Orange ରହିଛି ।
ଏହା ବି ପଢନ୍ତୁ
AI Magic ସହ ଲଞ୍ଚ ହେଲା ସାମସଙ୍ଗ Galaxy S25 ସିରିଜ; ଦାମ କେତେ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.