ETV Bharat / state

ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ' - PADDY PROCUREMENT KATNI CHHATNI

ଜାଲ ରାସନ କାର୍ଡଧାରୀଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ । ' ଜାନୁଆରୀ ଶେଷ ସୁଦ୍ଧା କାର୍ଡ ସରେଣ୍ଡର ନ କଲେ କାର୍ଯ୍ୟାନୁଷ୍ଠାନ '।

ସରକାରୀ ଚାକିରି କରି ରାସନ କାର୍ଡ ହାତେଇଥିଲେ ଶୀଘ୍ର ସରେଣ୍ଡର କର: ଯୋଗାଣ ମନ୍ତ୍ରୀ
ସରକାରୀ ଚାକିରି କରି ରାସନ କାର୍ଡ ହାତେଇଥିଲେ ଶୀଘ୍ର ସରେଣ୍ଡର କର: ଯୋଗାଣ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 5:12 PM IST

ଭୁବନେଶ୍ବର: ଅସାଧୁ ମିଲର ଓ ଅଯୋଗ୍ୟ ରାସନ କାର୍ଡଧାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଯିଏ କୃଷକମାନଙ୍କୁ ହଇରାଣ କରିବ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ମିଲରମାନେ ଅଧିକ କଟନୀ ଛଟନୀ କରୁଛନ୍ତି, କଥା ମାନୁନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପୁରୁଣା ଢାଞ୍ଚା ଆଉ ଚଳିବ ନାହିଁ । ଏଥର ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

  • "ସରେଣ୍ଡର କର, ନହେଲେ କାର୍ଯ୍ୟାନୁଷ୍ଠାନ"

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାସନ କାର୍ଡକୁ ନେଇ ଦେଇଛନ୍ତି ବଡ ତଥ୍ୟ । କହିଛନ୍ତି, " ପ୍ରତି ବ୍ଲକରେ 200ରୁ 300 ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଆୟକର ଦେଇ ବି ରାସନ ନେଉଛନ୍ତି । ସେମାନେ ଫେରାଇ ଦେବା ପାଇଁ ପୁଣି ଥରେ ଅପିଲ କରାଯାଉଛି । ସରେଣ୍ଡର କଲେ କୌଣସି କାର୍ଯ୍ୟନୁଷ୍ଠାନ ହେବନି । ଜାନୁଆରୀ 31ରେ ଇ-କେଓ୍ବାସି ଶେଷ ହେବ । ତା ପୂର୍ବରୁ ସରେଣ୍ଡର କରନ୍ତୁ । ଶୀଘ୍ର ସରେଣ୍ଡର କଲେ ଭଲ । ନହେଲେ ପରେ କାର୍ଯ୍ୟାନୁଷ୍ଠାନ ହେବ । " ଯେଉଁମାନେ ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି, ସେମାନେ ମଧ୍ୟ ସମୟ ଥାଉ ଥାଉ ସରେଣ୍ଡର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

ସରକାରୀ ଚାକିରି କରି ରାସନ କାର୍ଡ ହାତେଇଥିଲେ ଶୀଘ୍ର ସରେଣ୍ଡର କର: ଯୋଗାଣ ମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

କଟନୀ ଛଟନୀକୁ ନା, କିନ୍ତୁ ମଣ୍ଡିରେ ଲୋଡ଼ା FAQ ମାନର ଧାନ : ଯୋଗାଣ ମନ୍ତ୍ରୀ

ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ

ଇ-କେୱାଇସି ସରିବା ଆବେଦନ ପୋର୍ଟାଲ ଖୋଲିବ

ମନ୍ତ୍ରୀ ଆଗରୁ କହିଥିଲେ ଯେ , "ପ୍ରାୟ 41 ଲକ୍ଷ ଏବେବି ଆବେଦନ କରିନାହାନ୍ତି । ଇ-କେୱାଇସି ସରିବା ପରେ ସ୍ପଷ୍ଟ ହେବ କେତେ ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ଯୋଗ୍ୟ ହିତାଧିକାରୀ ଆଦୌ କଟିବେ ନାହିଁ । ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ । ଆମ ପାଖକୁ ତଥ୍ୟ ଆସିଛି, ପ୍ରାୟ ୪ ଲକ୍ଷ ହିତାଧିକାରୀ ଏମିତି ଅଛନ୍ତି ଯେଉଁମାନେ କି ଆୟକର ଦେଉଛନ୍ତି । ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରକୃତ ସତ୍ୟ କଣ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ପୂର୍ବ ସରକାର ରେ ସବୁକିଛି ସମ୍ଭବ ହେଉଥିଲା । " ପୂର୍ବ ସରକାରକୁ ଦୋଷ ଦେଲେ ତାଙ୍କୁ ଖରାପ ଲାଗୁଛି । କିନ୍ତୁ ଏହା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.