ETV Bharat / state

ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ' - SERIES ACCIDENT BY MO BUS

ରାଜଧାନୀ ଭୁବନେଶ୍ବରେ ସିରିଜ ଦୁର୍ଘଟଣା । ମୋ ବସ ଧକ୍କା ଦେଲା ମୋ ବସ ।

SERIES ACCIDENT BY MO BUS
SERIES ACCIDENT BY MO BUS (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 3:59 PM IST

ଭୁବନେଶ୍ୱର: ରାଜଧାନୀରେ ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ' । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ଥିବା ୟୁକୋ ବ୍ୟାଙ୍କ ସମ୍ମୁଖରେ ଘଟିଥିବା ଏହି ସିରିଜ ଦୁର୍ଘଟଣାରେ ୪ ଜଣ ଲୋକ ଆହତ ହୋଇଥିବା ବେଳେ 3ଟି ଗାଡି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି ।

  • ଭୁବନେଶ୍ବରେ ସିରିଜ ଦୁର୍ଘଟଣା:

ପୁଣି ଭୁବନେଶ୍ବରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି । ମୋ ବସକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ମୋ ବସ । ଯାହାଫଳରେ 3 ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ୁନଥିଲେ ମଧ୍ୟ ଉଭୟେ ଦ୍ରୁତ ଗତିରେ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଗରେ ଯାଉଥିବା ମୋ ବସଟି ହଠାତ୍ ବ୍ରେକ ମାରିବାରୁ ପଛପଟୁ ଆସୁଥିବା ବସଟି ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଗାଡ଼ିର ଗ୍ଲାସ ଭାଙ୍ଗିବା ସହ ୪ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ' (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ପୁଷ୍ପକରୁ ଡେଇଁଲେ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୩କୁ ବଢ଼ିଲା ମୃତ୍ୟୁସଂଖ୍ୟା - TRAIN ACCIDENT

ଏହା ମଧ୍ୟ ପଢନ୍ତୁ...ଘାଟିରେ ଓଲଟିଲା ଟ୍ରକ, ୧୦ ପରିବା ଓ ଫଳ ବେପାରୀ ମୃତ - KARNATAKA ROAD ACCIDENT

ଏହା ମଧ୍ୟ ପଢନ୍ତୁ...ପୋଖରୀକୁ ଓଲଟିଲା କାର, ୨ ମୃତ, ଅଧାରେ ରହିଲା LAW ପରୀକ୍ଷା - NIMAPARA ACCIDENT

ଏହି ଘଟଣା ପରେ ସେଠାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଟ୍ରାଫିକ ଚଳାଚଳ ସ୍ୱାଭାବିକ ହୋଇଥିଲା । ସେପଟେ 'ମୋ ବସ'ର ବାରମ୍ବାର ଦୁର୍ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀବାସୀ । ଏନେଇ ଜଣେ କାର୍ ଡ୍ରାଇଭର କହିଛନ୍ତି,"ମୁଁ ବାପୁଜୀ ନଗର ଆଡୁ଼ ମାଷ୍ଟ୍ରକ୍ୟାଣ୍ଟିନ ଯାଉଥିଲି । ଆଗରେ ଯାଉଥିବା ମୋ ବସଟି ହଠାତ୍ ବ୍ରେକ ମାରିଥିଲା । ଯାହାଫଳରେ ପଛରେ ଯାଉଥିବା ଅନ୍ୟ ଏକ ମୋ ବସ ଧକ୍କା ଦେଇଥିବା । ହଠାତ୍ ବ୍ରେକ ମାରିବାରୁ ମୋ କାର୍ ମଧ୍ୟ ବସ ସହ ଧକ୍କା ଦେଇଥିବା ଏବଂ ମୋ କାର ପଛକୁ ଅନ୍ୟ ଏକ କାର ଧକ୍କା ଦେଇଛି । "

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.