ETV Bharat / state

ରାଜ୍ୟ ଆଇନଜୀବୀ ପରିଷଦ ମତଦାନ, କର୍ଫ୍ୟୁ ପାଇଁ ସମ୍ବଲପୁରରେ ସ୍ଥଗିତ ଭୋଟିଂ

author img

By

Published : Apr 15, 2023, 6:39 PM IST

ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସମ୍ବଲପୁରରେ ଏହାକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
କର୍ଫ୍ୟୁ ପାଇଁ ସମ୍ବଲପୁରରେ ସ୍ଥଗିତ ଭୋଟିଂ

କଟକ: ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ୧୬୭ଟି ବୁଥରେ ମତଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସମ୍ବଲପୁରରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁରରେ କର୍ଫ୍ୟୁ ଜାରି ହୋଇଥିବାରୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନକୁ ସେଠାରେ ସ୍ଥଗିତ ରଖାଯାଇଛି । ତେବେ ସେଠାରେ ସ୍ଥିତି ସ୍ଵାଭାବିକ ହେଲେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ କହିଛନ୍ତି ।

ଆଜି ବିଭିନ୍ନ ବୁଥରେ ନିର୍ଦ୍ଧାରିତ ସମୟ ସକାଳ ୧୦ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ମତଦାନ କରାଯାଉଛି । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ସମୁଦାୟ ୩୪,୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ଏହି ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ ୯୬ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ପରିଷଦ ସହ ଅନୁବନ୍ଧିତ ୧୮୨ଟି ବାର ଆସୋସିଏସନ ଥିବାବେଳେ ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୧୬୭ଟି ବୁଥର ବ୍ୟବସ୍ଥା କରାଯାଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପଟ୍ଟନାୟକ ସୂଚନା ଦେଇଥିଲେ।

ଏହା ବି ପଢନ୍ତୁ- Sambalpur Curfew: ଜୁରରୀ କାମ ନଥିଲେ ଘରୁ ନବାହାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସେହିପରି ସକାଳ ୧୦ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ପ୍ରକ୍ରିୟା । ଏହି ନିର୍ବାଚନରେ ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟକ ଆଇନଜୀବୀ ୨୫ଟି ଭୋଟ ଦେଇପାରିବେ। ତେବେ ଜଣେ ଭୋଟର ସର୍ବନିମ୍ନ ୫ଟି ଭୋଟ ନଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହେବେ। ଆସନ୍ତା ୨୧ ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ସମ୍ବଲପୁର ନିର୍ବାଚନ ସ୍ଥଗିତ ହେବାରୁ ଏହି ପ୍ରକ୍ରିୟା ବିଳମ୍ବ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ତେବେ ଏହି ପ୍ରକ୍ରିୟା ପ୍ରାୟ ୨ରୁ ୩ମାସ ଧରି ଗଣତି ଜାରି ରହିବ ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି । ତେବେ ୨୦୧୩ ମସିହା ପରଠାରୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହୋଇନଥିଲା । ପ୍ରାୟ ୯ ବର୍ଷ ବ୍ୟବଧାନ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ତେବେ ଭୋଟରମାନେ ନିଜର ପରିଚୟ ପତ୍ର ସାଙ୍ଗରେ ଆଣି ବୁଥ ଭିତରକୁ ପ୍ରବେଶ କରିପାରିବେ । ସବୁଠାରୁ ବଡ଼ କଥା ହେଉଛି, ପ୍ରବଳ ଖରା ସତ୍ତ୍ବେ ମତଦାନ ପାଇଁ ବୁଥ ନିକଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.