ETV Bharat / state

ଅବକାରୀ ବିଭାଗର ଚଢଉ, ୫୪ ଲିଟର ଦେଶୀ ମଦ ଜବତ - excise department raid

ବାମନଘାଟୀ ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚୋରାରେ ଦେଶୀମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।

excise-department-raid-54-liters-of-local-wine-sized
ଅବକାରୀ ବିଭାଗର ଚଢାଉ, ୫୪ ଲିଟର ଦେଶୀ ମଦ ଜବତ
author img

By

Published : Jul 28, 2020, 8:51 PM IST

ରାଇରଙ୍ଗପୁର: ବାମନଘାଟୀ ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚୋରାରେ ଦେଶୀମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ଅବକାରୀ ବିଭାଗର ଚଢଉ, ୫୪ ଲିଟର ଦେଶୀ ମଦ ଜବତ

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧୀନସ୍ଥ ଚାଉଁରାଡିହି, ଭଗାବନ୍ଦି ଓ ରାଖାସାହି ଗ୍ରାମ ରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଚଢ଼ଉ କରାଯାଇ ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୫୪ ଲିଟର ଦେଶୀ ମଦ ଜବତ କରାଯାଇଛି । ତା ସହିତ ମୋଟ୍ ୧୯୦୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.