ETV Bharat / state

ଶିକ୍ଷା ସହ ପାରମ୍ପରିକ ବାଦ୍ୟକୁ ଦିଅନ୍ତି ମହତ୍ତ୍ବ, ଘୁମୁରା ବାଦ୍ୟଯନ୍ତ୍ରରେ ନିଜକୁ ହଜାନ୍ତି ପିଲାଏଁ

author img

By

Published : May 5, 2022, 3:34 PM IST

ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଆମ ରାଜ୍ୟ ଓଡିଶା । ଏଠି ପତ୍ର ବି ନାଚିଉଠେ, ମଉନ ଗୁମସୁମ ମନ ବି କ୍ଷଣିକ ମଧ୍ୟରେ ହସିଉଠେ । କିଛି ସ୍ଥାନରେ ଆଧୁନିକତାର ଚାକ୍ୟଚକ୍ୟ ତଳେ ପରମ୍ପରା ହଜିଯାଉଥିଲେ ମଧ୍ୟ ଆଜି ବି ଅନେକ ସ୍ଥାନରେ ପରମ୍ପରା ସଂସ୍କୃତିକୁ ଜାବୁଡି ଧରିଛନ୍ତି ଲୋକେ । ଅଧିକ ପଢନ୍ତୁ

ପାଠ ପରି ଘୁମାର ବାଦ୍ୟ ଶିଖୁଛନ୍ତି ଏ ଜଲ୍ଲା ପିଲାଏ

କୋରାପୁଟ: ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଆମ ରାଜ୍ୟ ଓଡିଶା । ଏଠି ପତ୍ର ବି ନାଚିଉଠେ, ମଉନ ଗୁମସୁମ ମନ ବି କ୍ଷଣିକ ମଧ୍ୟରେ ହସିଉଠେ । କିଛି ସ୍ଥାନରେ ଆଧୁନିକତାର ଚାକ୍ୟଚକ୍ୟ ତଳେ ପରମ୍ପରା ହଜିଯାଉଥିଲେ ମଧ୍ୟ ଆଜି ବି ଅନେକ ସ୍ଥାନରେ ପରମ୍ପରା ସଂସ୍କୃତିକୁ ଜାବୁଡି ଧରିଛନ୍ତି ଲୋକେ । ଆଗାମୀ ପିଢି ପାଇଁ ବଞ୍ଚେଇ ରଖିଛନ୍ତି ସଂସ୍କୃତିକୁ । ସେମିତି ଏକ ସଂସ୍କୃତି ହେଲେ କୋରାପୁଟର ଘୁମୁରା ବାଦ୍ୟ । ଯାହାକୁ ପିଲାମାନେ ଶିକ୍ଷା ଗ୍ରହଣ କରିବା ପରି ଶିଖିଥାନ୍ତି ।

କୋରାପୁଟର ଘୁୁମୁରା ବାଦ୍ୟ

ଆଦିବାସୀ ଜୀବନରେ ପାରମ୍ପରିକ ବାଦ୍ୟ ଏବଂ ତାର ଲୟ ଓ ତାଳ ଏକ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଥାଏ । ବସନ୍ତ ପଞ୍ଚମୀ ଦିନ ପିଲାମାନେ ଅକ୍ଷର ଅଭ୍ୟାସର ଶୁଭାରମ୍ଭ କଲା ଭଳି କୋରାପୁଟ ଜିଲ୍ଲାରେ ଭୂମିଆ ଆଦିବାସୀ ସମାଜରେ ବାଲିଯାତ୍ରା ସମୟରେ ବାଲି ଘୁମୁରା ବଜାଇ ପିଲାମାନେ ବାଜା ବଜାଇବା ଶୁଭାରମ୍ଭ କରିଥାନ୍ତି । ପ୍ରତିଥର ଭଳି ଏଥର ମଧ୍ୟ ଜୟପୁର ବ୍ଲକ ଅନ୍ତର୍ଗତ ମୂଳାସର ଠାରେ ଚାଲିଥିବା ବାଲିଯାତ୍ରା ଅବସରରେ ଅନେକ ପିଲା ନଦୀରୁ ବାଲି ଆଣିବାଠାରୁ ଆରମ୍ଭ କରି ଭିମାଙ୍କ ମନ୍ଦିରରେ ପୂଜା ହେବା ପର୍ଯ୍ୟନ୍ତ ବାଲି ଘୁମୁରା ବଜାଇ ନିଜ ଅଭ୍ୟାସ ପର୍ବର ଶୁଭାରମ୍ଭ କରିଛନ୍ତି ।

ସେମାନଙ୍କ ଏହି ଶିକ୍ଷଣ ଯାତ୍ରାରେ ଆଗରୁ ଏହି ବାଜା ଶିଖିଥିବା ବଡ଼ ଭାଇମାନେ ପିଲାମାନଙ୍କ ସାଥିରେ ବାଜା ବଜାଇ ସେମାନଙ୍କ ଶିକ୍ଷା ଗ୍ରହଣରେ ସହଯୋଗ କରିଛନ୍ତି । ଗାଁ , ଗଣ୍ଡା ଓ ସହରରେ ବର୍ତ୍ତମାନ ସିନ୍ଥେଟିକ ବାଜା ରାଜୁତି କରୁଥିବାବେଳେ ଏହି ଆଦିବାସୀ ସମୁଦାୟ ପାରମ୍ପରିକ ବାଦ୍ୟକୁ ସୁରକ୍ଷିତ ଭାବେ ରଖି ତାକୁ ବ୍ୟବହାର କରିବା ଏହି ଜନଜାତି ମଧ୍ୟରେ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ଥିବା ପ୍ରବଳ ଆଗ୍ରହକୁ ଦର୍ଶାଇଛି ବୋଲି କହିଛନ୍ତି ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ପରେଶ ରଥ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.