ETV Bharat / state

୧୪ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ

author img

By ETV Bharat Odisha Team

Published : Nov 16, 2023, 7:09 AM IST

ରାଜରାସ୍ତାକୁ ଓହ୍ଲାଇଲେ ଅଙ୍ଗନବାଡ଼ି ଏବଂ ଆଶାକର୍ମୀ। ୧୪ ଦଫା ଦାବି ନେଇ ରାମ ମନ୍ଦିରରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ରାଲି ମାଧ୍ୟମରେ ଆନ୍ଦୋଳନ କରିଛନ୍ତି ଅଙ୍ଗନବାଡ଼ି ଓ ଆଶାକର୍ମୀ । ଅଧିକ ପଢନ୍ତୁ

anganwadi and aasha workers stage protest
ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ

ଭୁବନେଶ୍ବର: ୧୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଙ୍ଗନବାଡ଼ି ଏବଂ ଆଶାକର୍ମୀ। ଏନେଇ ଆଜି ରାମ ମନ୍ଦିରରୁ ଲୋୟର ପିମଜି ପର୍ଯ୍ୟନ୍ତ ରାଲି ମାଧ୍ୟମରେ ଆନ୍ଦୋଳନ ହୋଇଛି । ତୁରନ୍ତ ଦାବିଗୁଡ଼ିକ ପୂରଣ କରିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁସାରେ, "ରାଜ୍ୟରେ ଶ୍ରମିକମାନଙ୍କ ସମସ୍ୟା ଜଟିଳ ହେବାକୁ ଲାଗିଛି । ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗ ଗୁଡ଼ିକର ଉଦାସୀନତା, ନିଷ୍କ୍ରିୟତା ଓ ନିରପେକ୍ଷତା ଅଭାବ କାରଣରୁ ରାଜ୍ୟର ନିୟୋଜିତ ଶ୍ରମିକ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁଖ ସୁବିଧା ଇତ୍ୟାଦିରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ନୀତିଗତ ନିର୍ଣ୍ଣୟରେ ଶୀଥିଳତା ଓ ଖଣିଜ ସମ୍ପଦରେ ଭରା ଓଡ଼ିଶାରେ ଭିତ୍ତିଭୂମି ବିକାଶ ଅଭାବରୁ ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି ।" ତେବେ ୧୪ ଦଫା ଦାବି ପୂରଣ ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ଦାବି ଗୁଡିକ ହେଲା:
୧) ରାଜ୍ୟରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଶ୍ରମିକ ବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ପ୍ରଦାନ କରାଯାଉ ।
୨) ଠିକା ଓ ଆଉଟସୋର୍ସିଂ ପ୍ରଥା ଉଛେଦ କରି ମଧ୍ୟ ପ୍ରଦେଶ ଓ ହରିୟାଣା ଭଳି ସ୍ଥାୟୀ ନିଯୁକ୍ତ କରାଯିବା ସହ ମାସିକ ସର୍ବନିମ୍ନ 28 ହଜାର ଟଙ୍କା ମଜୁରୀ ପ୍ରଦାନ କରାଯାଉ ।
୩) ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରୀ (Living Wages ) ପ୍ରଦାନ କରାଯାଉ ।
୪) ଆନ୍ଦୋଳନ କାରଣରୁ 2018 ମସିହାରୁ ବହିଷ୍କୃତ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ।
୫) ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ମାସିକ 18 ହଜାର ଓ ସହାୟିକା ମାନଙ୍କୁ 09 ହଜାର ପ୍ରଦାନ ସହ ସାମାଜିକ ସୁରକ୍ଷା ESIC ଓ EPFO ଅନ୍ତର୍ଭୁକ୍ତ କରାଯାଉ ।
୬) ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ଆଶା କର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ 18 ହଜାର ଟଙ୍କା ଓ ESIC, EPFO ଅନ୍ତର୍ଭୁକ୍ତ କରାଯାଉ ।
୭) ବିଭିନ୍ନ ଆଳରେ ଶ୍ରମ ସଙ୍ଗଠନର ନୂତନ ପଞ୍ଜିକରଣ ବିଳମ୍ବ ନକରି ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ 45 ଦିନରେ ପଞ୍ଜିକରଣ କରାଯାଉ ।
୮) ଶ୍ରମ ବିଭାଗରେ ଖାଲି ପଡିଥିବା ପଦବୀକୁ ତୁରନ୍ତ ପୁରଣ କରିବା ସହ ବିଭିନ୍ନ କଲ୍ୟାଣ ବୋର୍ଡ଼ରେ ସ୍ବତନ୍ତ୍ର ଭାବେ ନୂତନ ନିଯୁକ୍ତି କରାଯାଉ ।
୯) ଶ୍ରମ ବିଭାଗରେ ଥିବା ବିଭିନ୍ନ ବୋର୍ଡ୍‌କୁ ପୁର୍ନଗଠନ କରି କ୍ରିୟାଶୀଳ କରାଯାଉ ।
୧୦) ରାଜ୍ୟରେ ବନ୍ଦ ଥିବା ଖଣି ଓ କଳକାରଖାନାକୁ ତୁରନ୍ତ ଚାଲୁ କରିବା ସହ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ସହ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ।
୧୧) ବିଦ୍ୟୁତ ବିଭଗରେ କାର୍ଯ୍ୟରତ ଠିକା ଶ୍ରମିକ ଅନ୍ୟ ରାଜ୍ୟ ଭଳି ଯଥା ଆନ୍ଧ୍ରପ୍ରଦେଶ ଓ ପଶ୍ଚିମ ବଙ୍ଗ ଭଳି ସ୍ବତନ୍ତ୍ର ମଜୁରୀ ପ୍ରଦାନ କରାଯାଉ ଓ ମିଟର ରିଡର ଓ ହେଲପରମାନଙ୍କୁ ଶ୍ରମ ବିଭାଗର ନିୟମ ଅନୁଯାଇ ମଜୁରୀ ପ୍ରଦାନ କରାଯାଉ ।
୧୨) ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣକୁ ସରଳୀକରଣ କରାଯାଉ ଓ ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରାଯାଉ ।
୧୩) ମଧୁବାବୁ ପେନସନ ଓ ଅନ୍ୟ ସମସ୍ତ ପେନସନକୁ ସର୍ବନିମ୍ନ 3000 ଟଙ୍କା କରାଯାଉ ।
୧୪) କୃଷକ କୃଷି ଶ୍ରମିକଙ୍କୁ 60 ବର୍ଷ ପରେ ପେନସନ ଲାଗୁ କରିବା ସହ ମଣ୍ଡିରେ କାର୍ଯ୍ୟରତ ମଣ୍ଡି ଶ୍ରମିକ ( ହେମାଲି ) ମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଉ ବୋଲି ଦାବି ରହିଛି ।

ତେବେ ଏହି ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.