ETV Bharat / state

ଚେତିଲା କ୍ୟାପିଟାଲ ହସ୍ପିଟାଲ, ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

author img

By ETV Bharat Odisha Team

Published : Oct 6, 2023, 11:05 PM IST

ଏଣିକି ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ

ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ
ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ
ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ଭୁବନେଶ୍ବର: ଏଣିକି ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଆଣିଛନ୍ତି ନୂଆ ନିୟମ । ଜନ୍ମ ହେବା ମାତ୍ରେ ନବଜାତର ରଖାଯିବ ଫୁଟ ପ୍ରିଣ୍ଟ ।

ତେବେ କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ବଡ଼ ପଦକ୍ଷପ ଆପଣାଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଏଣିକି ଅପରେସନ ଥିଏଟରରେ ପ୍ରସୂତିଙ୍କ ନାମ ଓ ର୍ଜିଷ୍ଟ୍ରେସନକୁ ନେଇ ସୂଚନା ଟ୍ୟାଗ ପ୍ରସ୍ତୁତ କରାଯିବ । ତେବେ ତିଆରି କରାଯାଇଥିବା ଟ୍ୟାଗକୁ ନବଯାତ ଶିଶୁଙ୍କ ଗୋଡ଼ରେ ବନ୍ଧାଯିବ । ଏହା ସହ ସ୍ତ୍ରୀ ପ୍ରସୂତି ବିଭାଗରେ ରହିଥିବା ହସ୍ପିଟାଲ ଷ୍ଟାପଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ରିଫ୍ରେସର ଟ୍ରେନିଂ ଦିଆଯିବ । ଗୋଟିଏ ପିଲା ଜନ୍ମ ହେବା ପରେ ସଙ୍ଗେ ସଙ୍ଗେ ପିଲାଙ୍କ ଫୁଟ ପ୍ରିଣ୍ଟ ରଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ପୁଅ କିମ୍ବା ଝିଅ ହୋଇଛି, ତାହା କୌଣସି ନର୍ସ ସୂଚନା ଦେବେ ନାହିଁ । ପିଲା ଜନ୍ମ ହେବା ପରେ ପ୍ରତ୍ୟକ୍ଷ ଭାବରେ ମାଆଙ୍କୁ ଦେଖାଯିବା ସହ ଡାକ୍ତର ବି ଦସ୍ତଖତ କରିବେ । ଏଭଳି ପ୍ରକ୍ରିୟା ଆରମ୍ଭ କରାଯିବା ସହ ଏହାକୁ ଅଧିକ କଡ଼ାକଡ଼ି କରାଯିବ । ଅନ୍ୟପଟେ ଏହି ସମସ୍ତ ପକ୍ରିୟା ପୂର୍ବରୁ ଏଭଳି ଏସଓପି ସ୍ଥିରିକୃତ ରହିଥିବା ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଅ କହିଲେ ଝିଅ ଦେଲେ; କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ! DNA ଟେଷ୍ଟ ଦାବି

ସୂଚନା ଅନୁଯାୟୀ, ସେପ୍ଟେମ୍ବର 26 ତାରିଖରେ ପିଲା ଅଦଳବଦଳ ନେଇ ଅଭିଯୋଗ ହୋଇଥିଲା । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏହି ଘଟଣାରେ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଡିଏନଏ ରିପୋର୍ଟ ମୁତାବକ ଅଭିଯୋଗକାରୀଙ୍କର ଝିଅ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏପଟେ କିନ୍ତୁ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ, ଜଣେ ଲୋକଙ୍କ ହିନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା। ପୋଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ତେଣୁ ଏଭଳି ଲୋକଙ୍କୁ ଜନ ସାଧାରଣ ବିଶ୍ୱାସ ନକରିବା ଉଚିତ। ମିଥ୍ୟା ଭାବେ ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ତାହା କରାଯିବ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ; DNA ରିପୋର୍ଟ ସ୍ପଷ୍ଟ କଲା ଶିଶୁ କାହାର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.