ETV Bharat / state

AAPର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ମୋଦି ଓ ଆଦାନୀ, ସଫଳତା ମିଳିବନି କହିଲେ ରାଜନୀତି ସମୀକ୍ଷକ

author img

By

Published : Feb 13, 2023, 5:36 PM IST

ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ସହ ନିର୍ବାଚନ ପ୍ରସ୍ତୁତି ରେସ୍‌ରେ ଭାଗ ନେଇଛି ଆପ । ମୋଦି ଓ ଆଦାନୀଙ୍କୁ ବିରୋଧ କରି ସାରା ଦେଶରେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଘରକୁ ଘର ବୁଲି ଲୋକଙ୍କୁ କହିବ ବୋଲି କହିଛନ୍ତି ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର । ସେପଟେ ରାଜ୍ୟରେ ଆପର ସଂଗଠନ ନଥିବାରୁ ଦଳକୁ ବିଶେଷ ଫାଇଦା ମିଳିବନି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ଆପ୍‌ର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ମୋଦି ଓ ଆଦାନୀ

ଭୁବନେଶ୍ବର: ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ ବ୍ୟବସାୟୀ ଆଦାନୀଙ୍କୁ ନେଇ ଦେଶରେ ଜୋର ଧରିଛି ରାଜନୀତି । ଏନେଇ ଆମ ଆଦମୀ ପାର୍ଟି ମଧ୍ୟ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି । ଆଦାନୀ ଓ ମୋଦିଙ୍କ ବିରୋଧରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର । ତେବେ ଓଡ଼ିଶାରେ ଆପର ସଂଗଠନ ନଥିବାରୁ ଦଳକୁ ଏତେଟା ସଫଳତା ମିଳିବନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।

ନିର୍ବାଚନ ପ୍ରସ୍ତୁତିରେ ପ୍ରମୁଖ ରାଜନୈତିକ ଦଳ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଛି । ଏନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ତ୍ବରିତ କରି ନିଜେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ଆରମ୍ଭ କରିଦେଲଣି । ସେପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିବା ସହ କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଦଳକୁ ତୃଣମୂଳସ୍ତରରୁ ସଂଗଠନ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇ ତାଙ୍କ ରଣନୀତିରେ ନିର୍ବାଚନ ବୈତରଣୀ ପାର ହେବାପାଇଁ ପ୍ରସ୍ତୁତି ଚଳାଇଛି ।

ଓଡ଼ିଶା ଉପରେ ଆପର ନଜର: ତେବେ ଏହି ପ୍ରସ୍ତୁତି ଦୌଡ଼ରେ ଭାଗ ନେଇଛି ଆମ ଆଦମି ପାର୍ଟି । ପଞ୍ଜାବରେ ସଫଳତା ପରେ ଗୁଜୁରାଟ ଉପରେ ନଜର ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆପ ସେଠାରେ ଆଶାନୁରୂପ ଫଳ ପାଇନଥିଲା । ତେବେ ଏହାପରେ ଓଡ଼ିଶା ଉପରେ ଫୋକସ ରଖିଛି ଦଳ । ଏନେଇ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ଆପ । ଏହାସହ ଆସନ୍ତା ନିର୍ବାଚନରେ ହେବାକୁ ଥିବା କ୍ୟାମ୍ପେନରେ ଆଦାନୀ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବ ଆପ । ଏନେଇ କିପରି ମୋଦି ଓ ଆଦାନୀ ମିଳିମିଶି ଲୋକଙ୍କ ଟଙ୍କା ଲୁଟ କରିଛନ୍ତି ସେ କଥା ଲୋକଙ୍କ ପାଖରେ ପହଞ୍ଚାଇବା କାମ କରିବୁ ବୋଲି ଓଡ଼ିଶା ଆପ୍‌ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ।

'ଏତେ କମ ସମୟରେ କିପରି ବଢ଼ିଲା ଆଦାନୀଙ୍କ ସମ୍ପତ୍ତି': ନିଶିକାନ୍ତ କହିଛନ୍ତି, "୨୦୧୪ରେ ଦେଶରେ ଆଦାନୀ କମ୍ପାନୀ ୩୭ ହଜାର କୋଟି ଟଙ୍କାର କମ୍ପାନୀ ଥିଲା । ୨୦୧୮ରେ ୬୯ ହଜାର କୋଟି, ୨୦୨୦ରେ ୧୩ଲକ୍ଷ କୋଟି ଟଙ୍କାର କମ୍ପାନୀରେ ପରିଣତ ହୋଇଥିଲା ।" ଏତେ କମ ସମୟରେ ଏହା କିପରି ସମ୍ଭବ ହେଲା ବୋଲି ଆପ୍‌ ପ୍ରଶ୍ନ ଉଠାଇଛି । ଜେପିସି ତଦନ୍ତ କିମ୍ବା CBI ଦ୍ବାରା କାହିଁକି ତଦନ୍ତ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ନିଶିକାନ୍ତ ମହାପାତ୍ର ।

'ସଙ୍ଗଠନ ନାହିଁ, ମିଳିବନି ସଫଳତା': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଆପର ଓଡ଼ିଶାରେ ସଙ୍ଗଠନ ନାହିଁ । ତେଣୁ ନିର୍ବାଚନରେ ଦଳକୁ ଏତେଟା ସଫଳତା ମିଳିବନାହିଁ ।" ଗତକାଲି ଆଦାନୀ ଓ ମୋଦିଙ୍କୁ ବିରୋଧ କରି ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲା ଆମ ଆଦମୀ ପାର୍ଟି । ବିଜେପି ରାଜ୍ୟ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲା । ସାରା ଭାରତରେ ଦଳ ଏବେ ରାସ୍ତାକୁ ଓହ୍ଲାଇଥିବା ବେଳେ ଏବେ ଘରକୁ ଘର ଯିବ ବୋଲି ପ୍ରସ୍ତୁତ ହେଉଛି ଆପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.