ETV Bharat / state

ସାବଧାନ ବେପରୁଆ ଅଭିଭାବକ: ନାବାଳକଙ୍କୁ ଗାଡି ଦେଲେ ଆଉ ମିଳିବନି ନିସ୍ତାର, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍‌ - Transport department special drive

author img

By ETV Bharat Odisha Team

Published : Jul 31, 2024, 3:16 PM IST

Strict action to taken against Parents: ଗାଡି ଚଢିଲେ ନାବାଳକ ଅଭିଭାବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଉ ମିଳିବନି ନିସ୍ତାର । ଅଭିଭାବକଙ୍କ ବିରୋଧରେ ମୋଟର ଭେଇକିଲ ଆକ୍ଟ-199 ଆଧାରରେ ମାମଲା ମଧ୍ୟ ରୁଜ୍ଜୁ ହେବ । ପଢନ୍ତୁ ପୁରା ଖବର

ସାବସାବଧାନ ଅଭିଭାବକ: ନାବାଳକଙ୍କୁ ଗାଡି ଦେଲେ ଆଉ ମିଳିବନି ନିସ୍ତାର
ସାବଧାନ ଅଭିଭାବକ: ନାବାଳକଙ୍କୁ ଗାଡି ଦେଲେ ଆଉ ମିଳିବନି ନିସ୍ତାର (ETV Bharat Odisha)

କଟକ: ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହିକ୍ରମରେ ସୋମବାର ଠାରୁ ରାଜ୍ୟବ୍ୟାପି ଧରପଗଡ ଆରମ୍ଭ ହୋଇଛି । ମାତ୍ର ଦିନେ ଦୁଇ ଦିନ ମଧ୍ୟରେ ଧରା ପଡିଲେଣି 334 ନାବାଳକ ଚାଳକ । ଏହାସହ 138ଟି ଗାଡି ଜବତ କରିଛି ପରିବହନ ବିଭାଗ । ଏହି ଡ୍ରାଇଭରେ କଟକରେ ସର୍ବାଧିକ 27ଜଣ ଧରାପଡିଛନ୍ତି । ଗାଡ଼ି ପିଛା ୨୫ ହଜାର ଟଙ୍କା ଅନୁପାତରେ ମୋଟ 83 ଲକ୍ଷ 50 ହଜାର ଟଙ୍କାର ଚାଲାଣ ମଧ୍ୟ ଆଦାୟ କରାଯାଇଛି । ବଡ଼କଥା ହେଉଛି କି ଏହି ପ୍ରକ୍ରିୟାରେ ଆସନ୍ତାକାଲି ଠାରୁ ଯେଉଁ ଗାଡିସହ ଯେଉଁ ନାବାଳକ କିମ୍ବା ନାବାଳିକା ଧରାପଡିବେ, ସେମାନଙ୍କ ଅଭିଭାବକଙ୍କ ବିରୋଧରେ ମୋଟର ଭେଇକିଲ ଆକ୍ଟ-199 ଆଧାରରେ ମାମଲା ମଧ୍ୟ ରୁଜ୍ଜୁ ହେବ ।

ମୋଟର ଭେଇକିଲ ଆକ୍ଟ ୧୯୯ ଅନୁଯାୟୀ, ଯଦି ୧୮ ବର୍ଷରୁ କମ ବୟସ୍କ ବର୍ଗର କୌଣସି ନାବାଳକ, ନାବାଳିକା ଗାଡି ଚଳାଉଥିବା ଅବସ୍ଥା ଧରାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ଗାଡିକୁ ଜବତ କରାଯିବା ସହ ଗାଡି ଚାଳକଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ ଲଗାଯିବ । ଗାଡିର ପଞ୍ଜିକରଣକୁ ରଦ୍ଧ କରାଯିବ, ଗାଡ଼ିର ମାଲିକ ବା ଗାଡ଼ି ଚାଳାଉଥିବା ପିଲାଙ୍କ ବାପା ମା'ଙ୍କ ନାଁରେ ଥାନାରେ ମାମଲା ରଜୁ କରାଯାଇ ପାରିବ । ଏଥିରେ ୩ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏହା ବ୍ୟତିତ ଦୋଷୀ ସାବ୍ୟସ୍ତ ହେଲେ ଗାଡି ସହ ଧରା ପଡ଼ିଥିବା ନା ନାବାଳକ ବା ନାବାଳିକାଙ୍କ ତଥ୍ୟକୁ ସାରାଥୀ ପୋଟାଲରେ ଅପଲୋଡ୍‌ କରାଯିବ ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟରେ କଟିବ ୧୬ ଲକ୍ଷରୁ ଅଧିକ ରାସନ କାର୍ଡ ! ଘରେ ଚାଉଳ ପହଞ୍ଚାଇବେ ମୋହନ ସରକାର - Ghost ration card holders in Odisha

ଫଳସ୍ବରୂପ ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ । ତେବେ ଗତ ତିନି ବର୍ଷରେ ସଡକ ଦୁର୍ଘଟଣାରେ ୬୫୩ 18ବର୍ଷରୁ କମ ପିଲାଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ଅଛନ୍ତି ୫୪୧ ବାଳକ ଓ ୧୧୨ ବାଳିକା । ଏହି ଦୁର୍ଘଟଣାରେ ୧୮୯୫ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଏଥିପାଇଁ ଆକ୍ସନ ମୋଡ଼ରେ ରାଜ୍ୟ ପରିବହନ ବିଭାଗ । ଗତ ଦୁଇ ଦିନ ଧରି ନାବାଳକ ଗାଡି ଚାଳକଙ୍କ ପାଇଁ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରାଯାଇ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.