ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି; ଆସୁଛି ବାବୁସାନ ନୂଆ ଫିଲ୍ମ 'ସୋନକ' - Babushaan Mohanty New Movie Sonak

author img

By ETV Bharat Odisha Team

Published : Jul 31, 2024, 1:36 PM IST

Babushaan Mohanty New Movie: ମଙ୍ଗଳବାର ବାବୁସାନ ମହାନ୍ତି ତାଙ୍କ ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ନିଜ ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି । 'ସୋନକ' ସହ ଖୁବଶୀଘ୍ର ପରଦାରେ ଧମାକା କରିବେ ଅଭିନେତା । ଅଧିକ ପଢନ୍ତୁ,

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ବାବୁସାନ, ନୂଆ ଫିଲ୍ମ 'ସୋନକ'ର କଲେ ଘୋଷଣା
ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ବାବୁସାନ, ନୂଆ ଫିଲ୍ମ 'ସୋନକ'ର କଲେ ଘୋଷଣା (ETV Bharat Odisha)

ଭୁବନେଶ୍ୱର: ଦର୍ଶକଙ୍କୁ ବାବୁସାନଙ୍କ ଜନ୍ମଦିନର ଭେଟି । ମଙ୍ଗଳବାର ବାବୁସାନ ମହାନ୍ତି ତାଙ୍କ ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ଜନ୍ମଦିନ ଅବସରରେ ନିଜ ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି ବାବୁସାନ । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ସୋନକ'ର ଘୋଷଣା କରିଛନ୍ତି । ତେବେ ଖୁବଶୀଘ୍ର ଏହି ଫିଲ୍ମ ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଭିନେତା ।

ବାବୁସାନ ମହାନ୍ତିଙ୍କ ନୂଆ ଫିଲ୍ମ ସୋନକ (ETV Bharat Odisha)

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ଆଦିଲକ୍ଷ୍ମୀ କନଭେନସନ୍ ଠାରେ ପ୍ରଯୋଜନା ସଂସ୍ଥା ଗୁର୍ଭି ମିଡିଆ ପକ୍ଷରୁ ବାବୁସାନଙ୍କ ଜନ୍ମଦିନ ବଡ଼ ଧୁମ୍ ଧାମରେ ପାଳନ କରାଯିବା ସହ ତାଙ୍କ ନୂଆ ଫିଲ୍ମର ଟାଇଟଲ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ସରଗମ୍ ତ୍ରିପାଠୀଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଶିଶିର କୁମାର ସାହୁ ଓ ପିନାକୀ ସିଂ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ବିଶ୍ବଭୂଷଣ ମହାପାତ୍ର। ସିନେମାଟୋଗ୍ରାଫର ଅଛନ୍ତି ବିଭୂତି ଭୂଷଣ ବିଶ୍ୱାଳ। ଚିତ୍ରନାଟ୍ୟ ଅମିତ୍ କୁମାର ଦାଶ ଓ ଅନିଲ ବାରିକ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ ।

'ସୋନକ' ଷ୍ଟାରକାଷ୍ଟ

ଏହି ଓଡ଼ିଆ ଚଳଚିତ୍ରରେ ନାୟକ ଭୂମିକାରେ ସୁପରଷ୍ଟାର ବାବୁଶାନ୍ ଥିବା ବେଳେ ନାୟିକା ଭୂମିକାରେ ଜଣେ ନବାଗତାଙ୍କୁ ଦେଖିବାକୁ ମିଳିବ । ଅନ୍ୟାନ୍ୟ ଚରିତ୍ରରେ ନଜର ଆସିବେ ଦ୍ଵିପାନ୍ଵିତ ଦାସ ମହାପାତ୍ର, ରବି ମିଶ୍ର, ବବି ମିଶ୍ର, କେକେ, ଚୌଧୁରୀ ଜୟ ପ୍ରକାଶ ଦାସ ଓ ଭାସ୍ଵତୀ ବସୁ । ତେବେ ସୋନକ ସିନେମାର ନା ଯାହା ଏକ ସଂସ୍କୃତ ଶବ୍ଦ ରୁ ଆନିତ ଏହାର ଅର୍ଥ ସୁନାରେ ତିଆରି ଜିନିଷ । ଏହି ସିନେମାରେ ସୁନାରେ ତିଆରି ଏକ ମୂଲ୍ୟବାନ ବସ୍ତୁର ଲୁଟ ଓ ସଂରକ୍ଷଣକୁ ଦେଖାଯାଇଥିବା ବେଳେ ବାବୁସାନକୁ ଆକ୍ସନ ହିରୋ ରୂପେ ଦେଖିବାକୁ ପାଇବେ ଦର୍ଶକ ।

ଭିନ୍ନ ଲୁକରେ ନଜର ଆସିଛନ୍ତି ବାବୁସାନ
ସେପଟେ ବାବୁସାନ ମହାନ୍ତି ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ମୋଶନ ଭିଡିଓ ସେୟାର କରିଛନ୍ତି । ଏଥିରେ ବାବୁସାନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିଥିବା ବେଳେ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ସୋନକ ଖୁବଶୀଘ୍ର ଆସୁଛି । ଏହା ଦେଖି ଫ୍ୟାନ୍ସ ପସନ୍ଦ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫ୍ୟାନ୍ସ ବାବୁସାନଙ୍କ ଲୁକର ଖୁବ ପ୍ରଶଂସା କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ବାବୁସାନଙ୍କୁ ପିପିଲି ଫ୍ୟାନଙ୍କ ଭେଟି, ଛାତିରେ ଆଙ୍କିଲେ ଅଭିନେତାଙ୍କ ଫଟୋ ଟାଟୁ

ଏହି ଦିନ ରିଲିଜ ହେବ 'ସୋନକ'

ଭିନ୍ନ ଏକ ଅବତାର ସହ ବାବୁସାନ ପରଦାରେ ଧମାକା କରିବାକୁ ଆସୁଥିବା ବେଳେ ଏହି ଫିଲ୍ମ ଦଶହରାରେ ରିଲିଜ ହେବ । ତେବେ ଆଇ ମା' କାହାଣୀର ଏହି କାହାଣୀଟିକୁ ବାସ୍ତବ ରୂପ ଦେଇ ଭଲ ଏକ ଚଳଚିତ୍ର ପ୍ରସ୍ତୁତିରେ ଲାଗିପଡ଼ିଛି ନିର୍ମାତା । ତେବେ ଏହି ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆଶାବାଦୀ ରହିଛନ୍ତି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.