ETV Bharat / bharat

ଓ୍ବେଟିଂ ଟିକେଟ କାଟି ଟ୍ରେନ ଯାତ୍ରା ବନ୍ଦ ! ଆସିଲା ନୂଆ ନିୟମ, ସିଟ୍ ଖାଲି ଥିଲେ କଣ କରିବେ ଜାଣନ୍ତୁ - TRAIN WAITING TICKET NEW RULES

author img

By ETV Bharat Odisha Team

Published : Jul 31, 2024, 2:20 PM IST

Updated : Jul 31, 2024, 2:37 PM IST

Train Waiting Ticket New Rules: ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଲାଭଦାୟକ ହୋଇପାରେ । ନିୟମ ନ ଜାଣି ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିପାରେ । ଓ୍ବେଟିଂ ଟିକେଟକୁ ନେଇ ରେଳ ବିଭାଗର କଣ ରହିଛି ନୂଆ ନିୟମ, ଜାଣି ରଖନ୍ତୁ...

Waiting ticket new rules
Waiting ticket new rules (Etv Bharat)

ହାଇଦ୍ରାବାଦ: ନିକଟରେ ସଂସଦରେ ଟ୍ରେନରେ କନଫର୍ମ ସିଟ ନ ମିଳିବାରୁ ଯାତ୍ରୀମାନେ ଭୋଗୁଥିବା ଅସୁବିଧା ପ୍ରସଙ୍ଗରେ ଜୋରଦାର ଆଲୋଚନା ହୋଇଥିଲା । ଟିକେଟ କନଫର୍ମ ନ ହେବାରୁ ଓ୍ବେଟିଂ ଲିଷ୍ଟ ଥିବା ଯାତ୍ରୀମାନେ ରେଳରେ ଯେ କୌଣସି କୋଚରେ ଜବରଦସ୍ତି ଚଢିଯାଇଥାନ୍ତି । ଯେଉଁଥିପାଇଁ ଅନ୍ୟଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼େ । ଅନେକ ସମୟରେ ଟ୍ରେନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ । ତେବେ ରେଲଓ୍ବେ ବିଭାଗକୁ ଏଭଳି ଅଭିଯୋଗ ବାରମ୍ବାର ଆସିଥାଏ । ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ଭାରତୀୟ ରେଳବାଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯଦି ଓ୍ବେଟିଂରେ ଟିକେଟ ଥାଇ ଆପଣ ସ୍ଲିପର କୋଚରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଦେବାକୁ ପଡିବ ଫାଇନ । ତେବେ ଓ୍ବେଟିଂ ଟିକେଟକୁ ନେଇ ଅନେକଙ୍କ ମନରେ ବିଭିନ୍ନ ସାଧାରଣ ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ତାହାର ଉତ୍ତର ।

Train Waiting Ticket New Rules
Train Waiting Ticket New Rules (ETV Bharat)

ଏବେ ଓ୍ବିଣ୍ଡୋ ଓ୍ବେଟିଂ ଟିକେଟରେ ବି ଯାତ୍ରା କଲେ ଜରିମାନା:

ଯଦି ଆପଣ ଅନଲାଇନରେ ଟ୍ରେନ ଟିକଟ କରିଛନ୍ତି ଓ ଟିକେଟ କନଫର୍ମ ହୋଇନି ତେବେ ଟିକେଟ ନିଜେ ନିଜେ ବାତିଲ ହୋଇଯାଏ । ବାତିଲ ହୋଇଯିବା ପରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଫେରିଆସେ । ଅନଲାଇନରେ ଟିକେଟ କରିଥିଲେ ତାହା ଯଦି ଓ୍ବେଟିଂ ଥାଏ ତେବେ ଆପଣ ଯାତ୍ରା କରିପାରିବେ ନାହିଁ । କିନ୍ତୁ ଆପଣ ଯଦି ଓ୍ବିଣ୍ଡୋ କାଉଣ୍ଟର ଓ୍ବେଟିଂ ଟିକେଟ କରିଛନ୍ତି ତେବେ ଆପଣ ଯାତ୍ରା କରିପାରିବେ । ଏହା କେବଳ ଜେନେରାଲ ବଗି ଅର୍ଥାତ ସାଧାରଣ ବଗି ପାଇଁ ଉର୍ଦ୍ଦିଷ୍ଟ ।

ଏହାମଧ୍ୟ ପଢନ୍ତୁ.. ଏବେ ଯାତ୍ରା ହେବ ସହଜ, ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ଆଣୁଛି ଏହି ବଡ ଅଫର - Railway offer for senior citizens

ଅନେକ ଯାତ୍ରୀ ଏହା ଭାବନ୍ତି ଯେ ଯଦି ଓ୍ବିଣ୍ଡୋ କାଉଣ୍ଟରରୁ ଓ୍ବେଟିଂ ଟିକେଟ ନେଇଛନ୍ତି ତେବେ ସ୍ଲିପର କୋଚରେ ଯାତ୍ରା କରିପାରିବେ ବୋଲି । କିନ୍ତୁ ବାସ୍ତବରେ ଠିକ ନୁହେଁ । ରେଲଓ୍ବେ ବିଭାଗ ପକ୍ଷରୁ ପୁଣି ଥରେ ଯାତ୍ରୀମାନଙ୍କୁ ଏନେଇ ସତର୍କ କରାଯାଇଛି । ଓ୍ବିଣ୍ଡୋ ଟିକେଟ କଲେ ଆପଣ କେବଳ ଜେନେରାଲ ବଗିରେ ଯାଇପାରିବେ । କିନ୍ତୁ ଯଦି ଆପଣ ସ୍ଲିପର କୋଚରେ ଯାଉଛନ୍ତି ତେବେ ଜରିମାନା ଦେବାକୁ ପଡିବ । ଏଥିସହିତ ଆପଣଙ୍କୁ ତୁରନ୍ତ ଜେନେରାଲ ବଗିକୁ ପଠାଇ ଦିଆଯିବ । ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ଏବେ ଏନେଇ କଡାକଡି ଯାଞ୍ଚ କରାଯାଉଛି ।

କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ:

ରେଳବାଇର ନୂଆ ନିୟମ ଅନୁଯାୟୀ, ଟ୍ରେନରେ ଯାଞ୍ଚ ସମୟରେ ଯଦି ଆପଣ ଓ୍ବେଟିଂ ଟିକେଟରେ ସ୍ଲିପର କୋଚରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ବଡ ଫାଇନ ଦେବାକୁ ପଡିବ । TTE ଆପଣଙ୍କ ଯାତ୍ରାର ଦୂରତା ଅନୁଯାୟୀ ଜରିମାନା ଆଦାୟ କରିଥାନ୍ତି ।

କାହିଁକି ଜାରି କରାଯାଏ ଓ୍ବେଟିଂ ଟିକେଟ ଜରିମାନା ?

ରେଳ ଅଧିକାରୀଙ୍କ କହିବାନୁଯାୟୀ, ବିଭିନ୍ନ ଟ୍ରେନରେ ଓ୍ବେଟିଂ ଟିକେଟ ବୁକିଂ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଯଦି କେହି କନଫର୍ମ ଟିକେଟ କରି ପରେ କ୍ୟାସନେଲ କରୁଛନ୍ତି ତେବେ ସେଥିରେ ରେଳ ବିଭାଗକୁ ଯେପରି ଘାଟା ନହୁଏ ସେଥିପାଇଁ ଓ୍ବେଟିଂ ଟିକେଟର ବ୍ୟବସ୍ଥା ଥାଏ । ଓ୍ବେଟିଂ ଟିକେଟରେ ମଧ୍ୟ ଯାତ୍ରୀମାନଙ୍କୁ ଯିବାକୁ ଅନୁମତି ଦିଆଯାଏ । କିନ୍ତୁ କେବଳ ସାଧାରଣ କୋଚରେ ଯିବା ପାଇଁ ଏହି ଅନୁମତି ଦିଆଯାଏ ।

ବିଭିନ୍ନ ରେଲଓ୍ବେ ଜୋନ ପାଇଁ ଭିନ୍ନ ବ୍ୟବସ୍ଥା:

ରେଳବାଇର ବିଭିନ୍ନ ଜୋନରେ ନିର୍ଦ୍ଦିଷ୍ଟ ସଂଖ୍ୟକ ସିଟ୍ ଅନୁଯାୟୀ ଓ୍ବେଟିଂ ଟିକେଟ ଦେବାର ଏକ ବ୍ୟବସ୍ଥା ଅଛି | ସାଉଥ ଜୋନ ଟ୍ରେନ ଗୁଡିକରେ ସର୍ବାଧିକ 10% ପର୍ଯ୍ୟନ୍ତ ଓ୍ବେଟିଂ ଟିକେଟ ଦିଆଯାଏ । ସେହିଭଳି ଉତ୍ତର ଜୋନ ଟ୍ରେନରେ ଯେତିକି ସ୍ଲିପର କୋଚ ଥାଏ ସେତିକି ଓ୍ବେଟିଂ ଟିକେଟ ଦିଆଯାଏ ।

ଓ୍ବେଟିଂ ଟିକେଟକୁ ନେଇ ଆଗକୁ ନୂଆ ବ୍ୟବସ୍ଥା:

ରେଳ ବିଭାଗ ଏହି ଓ୍ବେଟିଂ ଟିକେଟକୁ ନେଇ ଖୁବଶୀଘ୍ର ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛି । କନଫର୍ମ ଟିକେଟର ୧୦ ପ୍ରତିଶତ ଓ୍ବେଟିଂ ଟିକେଟ ବ୍ୟବସ୍ଥା ଲାଗୁ ହୋଇପାରେ ।

ଯଦି ସିଟ୍ ଖାଲି ଅଛି ତେବେ ଆପଣ ଏହାକୁ ଏହିପରି ନେଇପାରିବେ:

ଯଦି ଆପଣଙ୍କର ଓ୍ବେଟିଂ ଟିକେଟ ରହିଛି ଏବଂ ସ୍ଲିପର ସିଟରେ କୌଣସି ସିଟ ଖାଲି ଅଛି ତେବେ ଆପଣ ସିଧାସଳଖ TTE ସହିତ କଥା ହେବା ଉଚିତ । ଆପଣ ଏହି ସିଟ ପାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.