ETV Bharat / international

‘ହମାସ’ ଟପ୍‌ ଲିଡରଙ୍କୁ ଇରାନରେ ପଶି ମାରିଲା ଇସ୍ରାଏଲ, ବଢିଲା ମଧ୍ୟପ୍ରାଚ୍ୟ ତିକ୍ତତା - hamas top leader killed

author img

By ETV Bharat Odisha Team

Published : Jul 31, 2024, 1:37 PM IST

Hamas Political Wing Chief killed: ଇରାନରେ ଇସ୍ରାଏଲର ବଡ ସିକ୍ରେଟ୍‌ ଅପରେସନ । ‘ହମାସ’ ଟପ ଲିଡର ମୃତ । ଇରାନ- ଇସ୍ରାଏଲ ମୁହାଁମୁହିଁ ସ୍ଥିତି । ଏକାଧିକ ଆରବ ରାଷ୍ଟ୍ର ଇସ୍ରାଏଲକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ଇରାନରେ ଇସ୍ରାଏଲ ଆକ୍ରମଣ, ହମାସ ଟପ ଲିଡର ମୃତ !
ଇରାନରେ ଇସ୍ରାଏଲ ଆକ୍ରମଣ, ହମାସ ଟପ ଲିଡର ମୃତ ! (ETV Bharat Odisha)

ହାଇଦ୍ରାବାଦ: ପାଲେଷ୍ଟାଇନ୍‌ ନିୟନ୍ତ୍ରଣାଧୀନ ଆତଙ୍କୀ ଗୋଷ୍ଠୀ ‘ହମାସ’ର ଟପ୍‌ ଲିଡର ଇସ୍ମାଇଲ ହାନିୟେଙ୍କୁ ହତ୍ୟା କଲା ଇସ୍ରାଏଲ ସେନା । ଇରାନ ରାଜଧାନୀ ତେହେରାନରେ ସେ ରହୁଥିବା ଘରକୁ ଇସ୍ରାଏଲୀ ଫୋର୍ସ ଟାର୍ଗେଟ କରିଥିଲା । ଏଥିରେ ଜଣେ ଅଙ୍ଗରକ୍ଷୀଙ୍କ ସହ ହାନିୟେଙ୍କର ମୃତ୍ୟୁ ହୋଇଛି । ଏକଥା ଇରାନ ମଧ୍ୟ ସ୍ପଷ୍ଟ କରିଛି । ସ୍ଥାନୀୟ ସମୟ ଗତକାଲି ରାତି ପ୍ରାୟ 2ଟା ବେଳେ ଇସ୍ମାଇଲ ରହୁଥିବା ଘରକୁ ମିସାଇଲ ହିଟ୍‌ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସ । ଏହି ଆକ୍ସନ ପରେ ଏବେ ଇରାନ କ୍ଷୁବ୍ଧ ହୋଇଛି । ଗତବର୍ଷ ଅକ୍ଟୋବରରୁ ଗାଜା-ଇସ୍ରାଏଲ ଯୁଦ୍ଧ ପରଠାରୁ ଇସ୍ରାଏଲ ସ୍କାନରରେ ଥିଲେ ଏହି ଟପ୍‌ ପାଲେଷ୍ଟାଇନ ଲିଡର ।

‘ହମାସ’ ଟପ୍‌ ଲିଡରଙ୍କୁ ଇରାନରେ ପଶି ମାରିଲା ଇସ୍ରାଏଲ
‘ହମାସ’ ଟପ୍‌ ଲିଡରଙ୍କୁ ଇରାନରେ ପଶି ମାରିଲା ଇସ୍ରାଏଲ (ETV Bharat Odisha)

ଗତବର୍ଷରୁ ଇସ୍ରାଏଲ ସ୍କାନରେ ଥିଲେ ଇସ୍ମାଇଲ:-

ଗତବର୍ଷ ଠାରୁ ଇସ୍ମାଇଲ ଗାଜା ଛାଡି ସାରିଥିଲେ । ସେ ଅନ୍ୟ କୌଣସି ଆରବ ଦେଶରେ ଥିବା ଚର୍ଚ୍ଚା ହେଉଥିଲା । ନିକଟରେ ସେ ଇରାନ ଗସ୍ତ କରିଥିବା ଜଣାପଡିଥିଲା । ଗତକାଲି ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମସୁଦ ପେଜେସକିଆନଙ୍କ ଶପଥ ଗ୍ରହଣ ସମାରୋହରେ ସେ ସାମିଲ ହୋଇଥିଲେ । ଏହା ପରେ ସେ ଇରାନ ସର୍ବୋଚ୍ଚ ନେତା ଆୟେତୁଲ୍ଲା ଖାମନେଇଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ରାତିରେ ତେହେରାନ ସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ । ରାତିରେ ଇସ୍ରାଏଲ ଫୋର୍ସ ଏକ ସିକ୍ରେଟ ଅପରେସନରେ ଏହି ଅଟ୍ଟାଳିକା ଉପରେ ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ଜଣେ ଅଙ୍ଗରକ୍ଷୀଙ୍କ ସହ ଇସ୍ମାଇଲଙ୍କର ମୃତ୍ୟୁ ହୋଇଛି ।

ବଢିଲା ମଧ୍ୟପ୍ରାଚ୍ୟ ସଙ୍କଟ:-

ଇରାନ ସେନା ‘ରିଭଲୋସୁନାରୀ ଗାର୍ଡ’ ଏକଥା ସ୍ବୀକାର କରିବା ସହ ପାଲେଷ୍ଟାଇନକୁ ସମବେଦନା ଜଣାଇଛି । ଏହି ଆକ୍ରମଣ ଇସ୍ରାଏଲ କରିଥିବା ଇରାନ ଅଭିଯୋଗ କରିଛି । ଲେବନନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ‘ଜିଜବୁଲ୍ଲା’ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ଚେତାବନୀ ଦେଇଛି । ସେହିପରି ଇଜିପ୍ଟ ମଧ୍ୟ ଇସ୍ରାଏଲର ଏହି ଆକ୍ରମଣକୁ ନିନ୍ଦା କରିଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରଥମ ଥର ୟୁକ୍ରେନ ଯିବେ ମୋଦି, ମସ୍କୋ ପରେ କିଭ୍ ଗସ୍ତ କାର୍ଯ୍ୟକ୍ରମ ! - PM MODI LIKELY TO VISIT UKRAINE

କେମିତି ‘ହମାସ’ର ଟପ ଲିଡର ହେଲେ ଇସ୍ମାଇଲ:-

1948 ମସିହାରେ ଆସ୍କେଲନ (ବର୍ତ୍ତମାନ ଇସ୍ରାଏଲ୍ ଅଧିକୃତ ଅଞ୍ଚଳ)ରେ ଏକ ଆରବ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଇସ୍ମାଇଲ । ଏହି ଅଞ୍ଚଳ ଇସ୍ରାଏଲ ଦ୍ବାରା ଅଧିକୃତ ହେବା ପରେ ତାଙ୍କ ପରିବାର ସେଠାରୁ ଗାଜାକୁ ବିସ୍ଥାବିତ ହେବାକୁ ବାଧ୍ୟ ହୋଇଥିଲା । ଅଲ-ଶତି ଶରଣାର୍ଥୀ ଶିବିରରେ ତାଙ୍କ ପରିବାର ସଦସ୍ୟ କିଛି ବର୍ଷ ରହିଥିଲେ । ମିଳିତ ଜାତିସଂଘର ‘ରିଲିଫ ଆଣ୍ଡ ୱାର୍କ୍ସ ଏଜେନ୍ସି ଫର୍‌ ପାଲେଷ୍ଟାଇନ୍‌ ରିଫ୍ୟୁଜି’ (UNRWA) ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଇସ୍ମାଇଲ ପାଠ ପଢିଥିଲେ । 1981 ମସିହାରେ ଗାଜା ଇସଲାମିକ୍ ୟୁନିଭରସିଟିରେ ଆରବୀୟ ସାହିତ୍ୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାସହ ସେ ଛାତ୍ର ରାଜନୀତି ଓ ଇସ୍ରାଏଲ ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

1987-88 ମସିହାରେ ପ୍ରଥମ ଥର ସେ ‘ହମାସ’ରେ ସାମିଲ ହୋଇଥିଲେ । 1989ରେ ସେ ଗିରଫ ହେବା ସହ ତିନିବର୍ଷ ପାଇଁ ଜେଲ ଦଣ୍ଡାଦେଶ ପାଇଥିଲେ । 1992ରେ ସେ ମୁକ୍ତ ହେବା ସହ ଲେବନନ ପଳାୟନ କରିଥିଲେ । 1993ରେ ଗାଜାକୁ ଫେରିବା ସହ ଏକ ଇସଲାମୀୟ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ ଇସ୍ମାଇଲ । 1997ରେ ‘ହମାସ’ର ତତ୍କାଳୀନ ମୁଖ୍ୟଙ୍କ ସହାୟକ ଭାବେ କାମ କରିଥିଲେ । 2003ରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ସେ ଆଂଶିକ ଭାବେ ଆହତ ହୋଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । 2006 ରେ ‘ହମାସ’ ଗୋଷ୍ଠୀ ପାଲେଷ୍ଟାଇନ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା । ସେ ହମାସର ରାଜନୈତିକ ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଗତବର୍ଷ ଇସ୍ରାଏଲ ଉପରେ ଆକ୍ରମଣ ହେବା ପରେ ସେ ଇସ୍ରାଏଲର ମୋଷ୍ଟ ଓ୍ବାଣ୍ଟେଡ ହମାସ ନେତା ତାଲିକାରେ ଥିଲେ ।

ଗତବର୍ଷ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ‘ହମାସ’:-

ଗତବର୍ଷ (2023) ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ କରିଥିଲା ‘ହମାସ’ । ଗତ 75 ବର୍ଷ ମଧ୍ୟରେ ଏହା ଥିବା ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ । ଏଥିରେ 12ଶହରୁ ଅଧିକ ଇସ୍ରାଏଲୀ ସୈନିକ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଗାଜା ଓ ପାଲେଷ୍ଟାଇନ ଅଧିକୃତ ଓ୍ବେଷ୍ଟବ୍ୟାଙ୍କର କିଛି ସ୍ଥାନରେ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଇସ୍ରାଏଲ ତୁରନ୍ତ ଯୁଦ୍ଧ ଘୋଷଣା କରିବା ସହ ପାଲେଷ୍ଟାଇନ ଓ ହମାସ ନିୟନ୍ତ୍ରଣରେ ଥିବା ଅନ୍ୟ ଏରିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ଏପର୍ଯ୍ୟନ୍ତ ପ୍ରାୟ 30 ହଜାର ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି । ‘ହମାସ’ ଆତଙ୍କୀ ସଂଗଠନ ପ୍ରାୟ ଗାଜାରୁ ନିଶ୍ଚିହ୍ନ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.