ମେଷ: ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ, ଘଟଣାମୟ ରହିବ । ଆପଣ ସୋସିଆଲ୍ ନେଟ୍ୱାର୍କ୍ରେ ବ୍ୟସ୍ତ ରହିପାରନ୍ତି । ଆସନ୍ତା ଦିନମାନଙ୍କରେ ଆପଣଙ୍କର ନୂଆ ଯୋଗାଯୋଗ ନମ୍ବରଗୁଡିକ କାମରେ ଆସିପାରେ । ଆଶା କରାଯାଉନଥିବା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆପଣଙ୍କର ବଡ ଏବଂ ବରିଷ୍ଠଙ୍କ ଆଶୀର୍ବାଦ ପାଇଁ ଆପଣ ଖୁସି ହୋଇପାରନ୍ତି ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଦିନ । ବିଶେଷ କରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ ଏବଂ ବ୍ୟବସାୟରେ ବୃଦ୍ଧି ଆସିପାରେ ଏବଂ ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ । ଅର୍ଥର ବର୍ଷା ହୋଇପାରେ । ଆର୍ଥିକ ଲାଭ ସହିତ ଆପଣଙ୍କର ଆର୍ଥିକ ସ୍ରୋତ ମଧ୍ୟ ବର୍ଦ୍ଧିତ ହେବ ।
ମିଥୁନ: ଆଜି ଦିନଟି ଭଲ ଭାବରେ ଯିବାର ଆଶାକରା ଯାଇପାରେନାହିଁ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଆପଣ ଟିକେ ତଳେ ରହିବେ । ଆପଣ ଆଗ୍ରହ କମ୍ ହୋଇଯାଇପାରେ ଏବଂ ଏହା କାମରେ ଯୋଗ ଦେବା ପାଇଁ ଆବଶ୍ୟକ ପଡିପାରେ । ଆପଣଙ୍କ ସହକର୍ମୀ ଏବଂ ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସହ ନା ବନ୍ଧୁତା ସ୍ଥାପନ ନା ସହଯୋଗ କରିବେ ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରଭାବ ଦେଖାଇବ । ଆପଣ ଶକ୍ତି ଏବଂ ଆଗ୍ରହ ହରାଇ ପାରନ୍ତି । ଏହା ଆପଣଙ୍କ ପାଇଁ ସାହାଯ୍ୟ କରିବ ଯଦି ଆପଣ ଏହାକୁ ନିରବ ନିଶ୍ଚଳ ରଖିବା ପାଇଁ ଚେଷ୍ଟା କରିବେ । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ । ପରିବାରବର୍ଗଙ୍କର କଥାରୁ ବିରତ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ । ଆପଣ ଜୀବନ ସାଥୀ ଶୀଘ୍ର ପାଇପାରନ୍ତି ।
ସିଂହ: ଆଜି ଆପଣ ଆପଣଙ୍କ ସ୍ତ୍ରୀ/ସ୍ୱାମୀଙ୍କ ସହ ଝଗଡା କରିପାରନ୍ତି । ଦାମ୍ପତ୍ୟ ଖୁସି ନ୍ୟୁନ ଗତିରେ ଚାଲିବ । ଘଟଣା ବହୁତ ଜଟିଳ ଏବଂ ହ୍ୟାଣ୍ଡେଲ୍ କରିବା କଷ୍ଟକର ହୋଇପାରେ । ସାଧାରଣ ଘଟଣାବଳୀ ଆପଣ ପ୍ରତିକୂଳ ଭାବନା ସହ ମିଶିଯାଇପାରେ । ସର୍ବସାଧାରଣ ଘଟଣାରେ, ସେହି ଘଟଣାକୁ ବର୍ଜନ କରନ୍ତୁ ଯାହା ଆପଣଙ୍କ ନାମ ବଦନାମ କରିବ । ବ୍ୟୟ ନିୟନ୍ତ୍ରଣରୁ ବାହାରକୁ ଯିବାର ସମ୍ଭାବନା ଅଛି । ନୂଆ ମହିଳା ବାନ୍ଧବୀଙ୍କ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ । ଖର୍ଚ୍ଚର ପରିମାଣକୁ କମେଇବାକୁ ଇଚ୍ଛା କରିବ ଖର୍ଚ୍ଚ ବହୁଗୁଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।
ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଫଳ ଦେଇପାରେ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ । ସାମାଜିକ ଜୀବନ ଏବଂ ମେଧା ଧର୍ମୋପଦେଶ ଦେବା ଆପଣଙ୍କ ବିପକ୍ଷରେ ଯାଇପାରେ । ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଶେଷରେ କିଛି ଆଶା ଅଛି । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି ।
ବିଛା: ଆଜି ଦିନଟି ସୁଖ ଦୁଃଖରେ ମିଶ୍ରିତ ଦିନ ଅଟେ । ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରିବାର ମନ୍ତ୍ର ଜପିପାରନ୍ତି । ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି । ଏଇ ସମୟରେ ଆପଣଙ୍କର ବନ୍ଧୁ ବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ନିଜକୁ ଜଗନ୍ତୁ ମିତବ୍ୟୟୀ ହୁଅନ୍ତୁ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ ।
ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଦିନଟିର ପ୍ରାରମ୍ଭରୁ ଭାଗ୍ୟ ଆପଣଙ୍କ ପାଖେ ପାଖେ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ଆଧ୍ୟାତ୍ମିକ ଆଲୋଚନା ଏବଂ ଜୀବାତ୍ମା ଓ ପରମାତ୍ମାର ମିଳନ ସଂକ୍ରାନ୍ତ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହେବେ । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।
ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହୀନ ବ୍ୟବହାର ପ୍ରତି ସତର୍କ ନ ରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ । ମଧୁର କୋମଳ ବଚନ ସବୁ କିଛି ସମସ୍ୟାର ସମାଧାନ ସହଜରେ କୁଶଳତା ସହ ହୋଇପାରେ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିନପାରେ । ତେଣୁ ହଡବଡେଇ ଯାଆନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ସେମାନଙ୍କର ଅତ୍ୟଧିକ ମନୋପଯୋଗୀ ହେବା ବିଧେୟ ଅଟେ ।
କୁମ୍ଭ: ଆଜି ଗ୍ରହନକ୍ଷତ୍ର ମାନେ ସହାୟ ହେବେ। ଜାତକରେ ଅର୍ଥ ଲାଭ ଅଛି । ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ। ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୂର କରିବ। ବୈବାହିକ ଜୀବନରେ ସୁଖରେ କଟିବ । ଛାତ୍ରମାନଙ୍କର ପଢିବାର ଏହା ହେଉଛି ଉତ୍ତମ ସମୟ ଅଟେ । ଆପଣ କୌଶଳକ୍ରମେ ଆପଣଙ୍କର ଆର୍ଥିକ ଉତ୍ସର ପରିଚାଳନାରେ ସଫଳ ହେବେ ।
ମୀନ: ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ । ଏହା ଆପଣଙ୍କର ସହଜାତ ପ୍ରକୃତି ନୁହେଁ ଯାହାକି ଜୀବନର ଅତ୍ୟାବଶ୍ୟକ ଉପାଦାନ ଅଟେ । ଏହି କଥା ଅନୁସାରେ ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ । ନୂଆକରି ପୁଞ୍ଜି ଲଗାଣରୁ କ୍ଷାନ୍ତ ହୁଅନ୍ତୁ । ଆପଣଙ୍କ ହାତରୁ ଟଙ୍କା ଖସିଯାଇପାରେ, ତେଣୁ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଇପାରିବେ ନାହିଁ । ନିଜ ପ୍ରିୟଜନଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଏହାଦ୍ୱାରା ଆପଣଙ୍କ ମନକୁ ପ୍ରଶମିତ କରିବ ।