ETV Bharat / sports

ଶୁଟିଂରେ ଆସିବ ଆଉ ଏକ ପଦକ: ଫାଇନାଲ୍‌ରେ ସ୍ବପ୍ନୀଲ କୁସାଲେ; ଫେଲ ମାରିଲେ ଐଶ୍ବର୍ଯ୍ୟ - Paris Olympics 2024

author img

By ETV Bharat Sports Team

Published : Jul 31, 2024, 2:33 PM IST

Paris Olympics 2024 Shooting: ଶୁଟିଂରେ ପ୍ୟାରିସରୁ ଆସିବ ଆଉ ଏକ ପଦକ । ଭାରତୀୟ ଶୁଟର ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଅନ୍ୟପଟେ ଷ୍ଟାର ଶୁଟର ଐଶ୍ବର୍ଯ୍ୟ ତୋମାର କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (ANI Photos)

ପ୍ୟାରିସ (ଫ୍ରାନ୍ସ): ଶୁଟିଂରେ ଆଉ ଏକ ପଦକର ନିକଟତର ହେଲା ଭାରତ । ଆଜି ଭାରତୀୟ ଶୁଟର ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ବିଶ୍ବ ମାନ୍ୟତାରେ 62ତମ ସ୍ଥାନରେ ଥିବା ସ୍ବପ୍ନୀଲ କୁସାଲେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବାବେଳେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ଇଭେଣ୍ଟର ଫାଇନାଲ ଆସନ୍ତାକାଲି (ଗୁରୁବାର) ଖେଳାଯିବ । ଅନ୍ୟପଟେ ବିଶ୍ବ ମାନ୍ୟତାରେ 23ତମ ସ୍ଥାନରେ ଥିବା ଭାରତୀୟ ଷ୍ଟାର ଶୁଟର ଐଶ୍ବର୍ଯ୍ୟ ତୋମାର କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ସେ ଏହି ଇଭେଣ୍ଟରେ 11ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

ମନୁ ଭାକର ଏବଂ ସରବଜିତ ସିଂହ ପଦକ ଜିତିବା ପରେ ଶୁଟିଂରେ ଆଉ ଏକ ପଦକ ଆଣିବାକୁ ଆଶା ଦେଖାଇଛନ୍ତି ସ୍ବପ୍ନୀଲ କୁସାଲେ । ସେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଅନ୍ୟପଟେ ସ୍ବପ୍ନୀଲଙ୍କ ସାଥୀ ତଥା ଭାରତୀୟ ଷ୍ଟାର ଶୁଟର ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର ଦମଦାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲ୍‌ ଫାଇଟ୍‌ରୁ ବାଦ ପଡ଼ିଛନ୍ତି । ପ୍ରଥମ ଦୁଇଟି ରାଉଣ୍ଡ ପର୍ଯ୍ୟନ୍ତ ଐଶ୍ବର୍ଯ୍ୟ ଫାଇନାଲ୍‌ ରେସ୍‌ରେ ରହି ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ଷ୍ଟାଣ୍ଡିଂ ଶୁଟ୍‌ରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ପ୍ରଥମ ଦୁଇ ରାଉଣ୍ଡ ପର୍ଯ୍ୟନ୍ତ 8 ନମ୍ବର ସ୍ଥାନରେ ରହିଥିବା ଐଶ୍ବର୍ଯ୍ୟ ପ୍ରତାପ ଷ୍ଟାଣ୍ଡିଂ ଶୁଟ୍‌ ଶେଷ ବେଳକୁ 11ତମ ସ୍ଥାନକୁ କସି ଯାଇଥିଲେ । ଶୀର୍ଷ 8 ଶୁଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିବାରୁ ଐଶ୍ବର୍ଯ୍ୟ ଏଥିରେ ଫେଲ୍‌ ମାରିଛନ୍ତି ।

ପ୍ରଥମ ସିରିଜ୍‌ ପର୍ଯ୍ୟନ୍ତ ଐଶ୍ବର୍ଯ୍ୟଙ୍କ ପ୍ରଦର୍ଶନ ଦେଖି ଲାଗୁଥିଲା ସେ ଫାଇନାଲ୍‌ରେ ପ୍ରବେଶ କରିପାରିବେ । ପ୍ରଥମ ସିରିଜ୍‌ ଶେଷ ବେଳକୁ 199 ସ୍କୋର ସହିତ 8ମ ସ୍ଥାନରେ ଥିଲେ ଐଶ୍ବର୍ଯ୍ୟ । ଅନ୍ୟପଟେ 197 ସ୍କୋର କରି 11ତମ ସ୍ଥାନରେ ରହିଥିଲେ ସ୍ବପ୍ନିଲ କୁସାଲେ । ହେଲେ ସ୍ବପ୍ନିଲ ଧୈର୍ଯ୍ୟର ସହ ଖେଳ ଜାରି ରଖିଥିଲେ ଏବଂ ଶେଷରେ ଫାଇନାଲକୁ ଉନ୍ନିତ ହୋଇଥଛନ୍ତି । 1 ଅଗଷ୍ଟ, ଅର୍ଥାତ ଆସନ୍ତାକାଲି ଏହି ଇଭେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ପ୍ରି-କ୍ବାର୍ଟରଫାଇନାଲରେ ପିଭି ସିନ୍ଧୁ; ଭାରତର ପଦକ ଆଶା ଉଜ୍ବଳ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.