ETV Bharat / state

ଜଳିଗଲା 8 ପରିବାରର 15 ବଖରା ଘର - ବାରୁଡା ଗ୍ରାମରେ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମରେ ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା 15 ବଖରା । ଅଧିକ ପଢନ୍ତୁ...

ଗଞ୍ଜାମରେ ଜଳିଗଲା 8 ପରିବାରର 15 ବଖରା
ଗଞ୍ଜାମରେ ଜଳିଗଲା 8 ପରିବାରର 15 ବଖରା
author img

By

Published : Mar 2, 2021, 4:54 PM IST

Updated : Mar 2, 2021, 5:25 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 15 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଜଳିଗଲା 8 ପରିବାରର 15 ବଖରା ଘର

ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ତଳସାହିରେ ଆଠ ପରିବାରର ପନ୍ଦର ବଖରା ପୋଡି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ବାରୁଡ଼ା ରାଜସ୍ୱ ନିରୀକ୍ଷକ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Mar 2, 2021, 5:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.