ETV Bharat / state

ସଡ଼କ ଦୁର୍ଘଟଣାରେ ପତ୍ନୀ ମୃତ, ସ୍ୱାମୀ ଗୁରୁତର

author img

By

Published : May 23, 2022, 9:56 PM IST

ଦୁଇଟି ବାଇକ ମୁହାଁମୁହିଁ ଧକ୍କା । ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ଅଧିକ ପଢ଼ନ୍ତୁ

ସଡ଼କ ଦୁର୍ଘଟଣାରେ ପତ୍ନୀ ମୃତ, ସ୍ୱାମୀ ଗୁରୁତର
ସଡ଼କ ଦୁର୍ଘଟଣାରେ ପତ୍ନୀ ମୃତ, ସ୍ୱାମୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାପୁର ବଡ଼ଧରା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ସ୍ବାମୀ-ସ୍ତ୍ରୀ ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ସାମ୍ନାରୁ ପିଟିଲା ଅନ୍ୟ ଏକ ବାଇକ୍ । ଦୁର୍ଘଟଣାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଗୁରୁତର ଆହତ ।

ସୂଚନା ଅନୁସାରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମର ବିଭୁତି ସିଂ, ପତ୍ନୀ ବାସନ୍ତୀ ସିଂଙ୍କ ସହିତ ଆଠଗଡ଼ ନୂଆପଟଣାରୁ ବନ୍ଧୁଙ୍କ ଘରୁ ବାଇକ୍ ଯୋଗେ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ପତ୍ନୀ ବାସନ୍ତୀଙ୍କର ମୃତ୍ୟୁ ଘଟିଥିବା ବେଳେ ବିଭୁତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.