ETV Bharat / bharat

ଓଡିଶାରେ ଦେଶର ପ୍ରଥମ ରାଇସ ATM, କେମିତି କରେ କାମ ଜାଣନ୍ତୁ - Rice ATM In Odisha

author img

By ETV Bharat Odisha Team

Published : Sep 9, 2024, 4:57 PM IST

Rice ATM: ଏଟିଏମରୁ ଟଙ୍କା ବଦଳରେ ବାହାରିବ ଚାଉଳ । ଥରେ କାର୍ଡ ସ୍ବାପ କଲେ ବାହାରିବ ୨୫ କେଜି ଚାଉଳ । ତେବେ ଏ କାର୍ଡ ଡେବିଟ୍‌ କାର୍ଡ ନୁହେଁ ।

Rice ATM In Odisha
Rice ATM In Odisha (ETV Bharat Odisha)

ଭୁବନେଶ୍ବର: ସାଧାରଣତଃ ଆମେ ଜାଣିଛେ, ATMରୁ ଟଙ୍କା ବାହାରିଥାଏ । ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଆମେ ଏଟିଏମ ମେସିନରୁ ଡେବିଟ କାର୍ଡ ସାହାଯ୍ୟରେ ଉଠାଇଥାଉ । ହେଲେ ଅନ୍ୟ ସାମଗ୍ରୀ ବି ଡେବିଟ କାର୍ଡ ଦ୍ବାରା ବାହାର କରାଯାଇ ପାରିବ । ଏମିତି ଟେକ୍ନୋଲୋଜି ବିଷୟରେ ହୁଏତ ଆପଣ କେବେ ଶୁଣିନଥିବେ । ଏଭଳି ଏକ ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରାଯାଇ ATMରୁ ବାହାର କରାଯାଉଛି ଚାଉଳ । ଯାହାର ନାଁ ରାଇସ ଏଟିଏମ (Rice ATM) ।

Odisha Launches India's First Rice ATM
Odisha Launches India's First Rice ATM (ETV Bharat Odisha)

Rice ATM କ'ଣ?

ରାଇସ ଏଟିଏମ (Rice ATM)ରୁ ସୁବିଧାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇବା ପାଇଁ ନୂଆ ନିୟମ କରିଛନ୍ତି ଓଡ଼ିଶା ସରକାର । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ବରରୁ ଏହି ସେବାର ଶୁଭାରମ୍ଭ ହୋଇ ସାରିଛି । ଏଟିଏମରୁ ଚାଉଳ ଉଠାଇବା ପାଇଁ ଜରୁରୀ ରାସନ କାର୍ଡ । ତେବେ ରାସନ କାର୍ଡକୁ କେମିତି ଏଟିଏମରେ ବ୍ୟବହାର କରି ଚାଉଳ ଉଠାଇ ହେବ ଆସନ୍ତୁ ଜାଣିବା ।

ଏହା ବି ପଢନ୍ତୁ...ଟଙ୍କା ଭଳି ମେସିନରୁ ବାହାରିବ ରାସନ ଚାଉଳ, ରାଜଧାନୀରେ ଖୋଲିଲା ଚାଉଳ ATM - rice ATM in Bhubaneswar

ଓଡ଼ିଶାରେ Rice ATM ଶୁଭାରମ୍ଭ:

ଗତ ମାସ ଅଗଷ୍ଟ ୮ ତାରିଖ ଦେଶର ପ୍ରଥମ ଚାଉଳ ଏଟିଏମ (Rice ATM) ଭୁବନେଶ୍ବରରେ ମଞ୍ଚେଶ୍ବରଠାରେ ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି । ପ୍ରଥମେ ଏହା ଭୁବନେଶ୍ବରରେ ଆରମ୍ଭ ହୋଇଥିବାବେଳେ ଆଗକୁ ସମସ୍ତ ୩୦ ଜିଲ୍ଲାରେ ଖୋଲିବା ନେଇ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର । ଏଭଳି ଉନ୍ନତ ସୁବିଧା ଓଡ଼ିଶାରେ ହିଁ ଉପଲବ୍ଧ ହେଉଛି । ଚାଉଳ ଏଟିଏମ ବ୍ୟବହାର କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ଉଭା ହୋଇଛି ।

ଚାଉଳ ବାହାର କରିବାର ଲିମିଟ୍:

ATM ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଖୋଲିବ । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏଁ ଚାଉଳ ATMରୁ ବାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ଏଟିଏମ୍ କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ 24 ଘଣ୍ଟିଆ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ ।

ଏହା ବି ପଢନ୍ତୁ...ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana

ଏହା ବି ପଢନ୍ତୁ...ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ପୁଣି ଚାଉଳ ସହ ମିଳିବ ଗହମ, ବିଜେଡି ସରକାର ଗହମ ବନ୍ଦ କରିନଥିଲା କହିଲେ ପୂର୍ବତନ ମନ୍ତ୍ରୀ - Good news for Ration card holders

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ କଟିବ ୧୬ ଲକ୍ଷରୁ ଅଧିକ ରାସନ କାର୍ଡ ! ଘରେ ଚାଉଳ ପହଞ୍ଚାଇବେ ମୋହନ ସରକାର - Ghost ration card holders in Odisha

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.