ETV Bharat / technology

ଶାରୀରିକ ସମ୍ପର୍କ ନିଏ ଅଣ୍ଡିରା ମହୁମାଛିର ଜୀବନ; କଣ ହୋଇପାରେ କାରଣ ? - Why Male Honeybee Die After Mating

author img

By ETV Bharat Tech Team

Published : Sep 9, 2024, 5:24 PM IST

Male Honeybee Die After Mating: ମଣିଷ ହେଉ କି ପଶୁ ନିଜର ବଂଶ ବା ଜାତିକୁ ଆଗକୁ ବଢାଇବା ଲାଗି ପ୍ରଜନନ କରିବା ନିହାତି ଆବଶ୍ୟକ । ଏଥିଲାଗି ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥାଏ । ହେଲେ ଆପଣ ଜାଣନ୍ତି କି ଦୁନିଆର ଏମିତି ଏକ ଜୀବ ଯିଏକି ପାର୍ଟନର ସହ ସମ୍ଭୋଗ କରିବା ମାତ୍ରେ ସଙ୍ଗେ ସଙ୍ଗେ ମୃତ୍ୟୁମୁଖରେ ପଡ଼େ । ନିଜ ବଂଶ ବଢାଇବା ଲାଗି ଏହି ଜୀବକୁ ନିଜ ଜୀବନକୁ ଦେବାକୁ ପଡ଼େ । ଅଧିକ ପଢନ୍ତୁ

Male Honeybee Die After Mating
Male Honeybee Die After Mating (Photo-Getty Images)

ହାଇଦ୍ରାବାଦ: ଶାରୀରିକ ସମ୍ପର୍କର ଅର୍ଥ ନିଜ ପିଢିକୁ ଆଗକୁ ବଢାଇବା । ହେଲେ ଅଣ୍ଡିରା ମହୁମାଛି ନିଜ ପାର୍ଟନର ସହ ମେଟିଂ କରିବା ପରେ ତୁରନ୍ତ ମୃତ୍ୟୁମୁଖରେ ପଡ଼େ । ତାର ମୃତ୍ୟୁ ଘଟିଥାଏ । ନିଜ ଜୀବନକାଳ ମଧ୍ୟରେ ଅଣ୍ଡିରା ମହୁମାଛିର ଉଦ୍ଦେଶ୍ୟ କେବଳ ଶାରୀରିକ ସମ୍ପର୍କ ରଖିବା ହୋଇଥାଏ । ଆଉ ନିଜ ବଂଶ ବୃଦ୍ଧି କରିବା ଲାଗି ନିଜ ଜୀବନକୁ ବିପଦରେ ପକାଏ । ଆସନ୍ତୁ ଜାଣିବା ଅଣ୍ଡିରା ମହୁମାଛିର ଜୀବନକାଳ ସମ୍ପର୍କରେ ଓ ଏପରି ହେବାର କାରଣ କଣ ହୋଇଥାଏ ।

Honeybee Life Cycle
Honeybee Life Cycle (Getty Images)

କାହିଁକି ଘଟେ ଅଣ୍ଡିରା ମହୁମାଛିର ମୃତ୍ୟୁ ?

ସମ୍ଭୋଗ ପରେ ଅଣ୍ଡିରା ମହୁମାଛି ମୃତ୍ୟୁମୁଖରେ ପଡ଼ିବାର ଏକ ବିଶେଷ କାରଣ ରହିଛି । ରାଣୀ ମହୁମାଛି ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ଅଣ୍ଡିରା ମହୁମାଛିର ଲିଙ୍ଗ ଓ ପେଟ ଫାଟିଯାଏ । ମେଟିଂ ସମୟରେ ଅଣ୍ଡିରା ମହୁମାଛିକୁ ଝଟକା ଲାଗିଥାଏ । ଫଳରେ ଏପରି ହୋଇଥାଏ । ଏହାପରେ ଅଣ୍ଡିରା ମହୁମାଛି ତଳେ ପଡ଼ିଯାଏ । ଏହାର କିଛି ସମୟ ପରେ ତାର ମୃତ୍ୟୁ ଘଟିଥାଏ । ଅନ୍ୟପଟେ ସମ୍ଭୋଗ ସମୟରେ ଅଣ୍ଡିରା ମହୁମାଛିର ଲିଙ୍ଗ ଫାଟିଯିବାରୁ ମାଈ ମହୁମାଛି ଶରୀରରେ ଏତେ ମାତ୍ରାରେ ଶୁକ୍ରାଣୁ ରହିଯାଏ, ଯାହାଦ୍ବାରା ସେ ଏକ ସମୟରେ 1500 ଅଣ୍ଡା ଦେଇପାରେ । ଯାହାଦ୍ବାରା ସେମାନଙ୍କ ପ୍ରଜାତି ଆଗକୁ ବଢିଥାଏ ।

Honeybee Life Cycle
Honeybee Life Cycle (Getty Images)

5ରୁ 30ମିନିଟ ପର୍ଯ୍ୟନ୍ତ ମେଟିଂ ଫ୍ଲାଏ:-

ବୈଜ୍ଞାନିକଙ୍କ କହିବାନୁସାରେ, ଅଣ୍ଡିରା ମହୁମାଛିର ଏକମାତ୍ର ଉଦ୍ଦେଶ୍ୟ ରାଣୀ ମହୁମାଛି ସହିତ ଶାରୀରିକ ସମ୍ପର୍କ ରଖିବା । ଏହାସହିତ ମହୁମାଛି ଉଡ଼ି ଉଡ଼ି ସମ୍ପର୍କ ରଖନ୍ତି । ରାଣୀ ମହୁମାଛି ପ୍ରାୟ 5ରୁ 30ମିନିଟ ମେଟିଂ ଫ୍ଲାଏ କରିଥାଏ । ଏହା ରାଣୀ ମହୁମାଛିକୁ କେତେ ଶୀଘ୍ର ପାର୍ଟନର ମିଳୁଛି ତାହା ଉପରେ ନିର୍ଭର କରେ । ଯଦି ପରିସ୍ଥିତି ଅନୁକୂଳ ରହେ ତେବେ ରାଣୀ ମହୁମାଛି ଅଧିକ ଦୂର ପର୍ଯ୍ୟନ୍ତ ଉଡ଼ିପାରେ । ମହୁମାଛିଙ୍କ ମଧ୍ୟରେ ରାଣୀ ମହୁମାଛିକୁ ସର୍ବଶ୍ରେଷ୍ଠ ବିବେଚନା କରାଯାଏ । ରାଣୀ ମହୁମାଛି ନିଜ ଇଚ୍ଛା ଅନୁସାରେ ଯେଉଁ ବି ଅଣ୍ଡିରା ମହୁମାଛି ସହିତ ସମ୍ପର୍କ ରଖିଥାଏ । ଏକାସହିତ 12ରୁ ଅଧିକ ଅଣ୍ଡିରା ମହୁମାଛି ସହିତ ମଧ୍ୟ ସମ୍ପର୍କ ରଖିପାରେ । ଆଉ ଯେଉଁ ପାର୍ଟନର ସହ ସମ୍ପର୍କ ରଖେ ତାର ତୁରନ୍ତ ମୃତ୍ୟୁ ହୋଇଥାଏ ।

Honeybee Life Cycle
Honeybee Life Cycle (Getty Images)

କେତେ ପ୍ରକାର ମହୁମାଛି ରହିଥାନ୍ତି ?

ମହୁମାଛି ତିନି ପ୍ରକାରର ହୋଇଥାନ୍ତି । ରାଣୀ ମହୁମାଛି ହିଁ ସର୍ବଶ୍ରେଷ୍ଠ ହୋଇଥାଏ । ତା' ଦ୍ବାରା ସମସ୍ତ କାର୍ଯ୍ୟ ପରିଚାଳନ ହୋଇଥାଏ । ଅଣ୍ଡିରା ମହୁମାଛି କେବଳ ରାଣୀ ମହୁମାଛି ସହିତ ଯୌନ ସମ୍ପର୍କ ରଖିଥାଏ । ଆଉ କର୍ମଚାରୀ ମହୁମାଛି ଏ ଫୁଲରୁ ସେ ଫୁଲକୁ ଉଡ଼ି ମହୁ ସଂଗ୍ରହ କରିଥାନ୍ତି । ରାଣୀ ମହୁମାଛି ଆକାରରେ ବଡ଼ ହୋଇଥାଏ । ଏହା ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ଲମ୍ବା ଆକାରର ହୋଇଥିବା ବେଳେ ଏହାକୁ ସହଜରେ ଚିହ୍ନି ହୋଇଥାଏ । ରାଣୀ ମହୁମାଛି ଅଣ୍ଡା ଦେବା କାମ କରେ । ଏହା ଅଣ୍ଡିରା ମହୁମାଛି ସହ ଥରେ ସମ୍ଭୋଗ କରେ 4ରୁ 5ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇପାରେ ।

Honeybee Life Cycle
Honeybee Life Cycle (Getty Images)

ପଢନ୍ତୁ ଅନ୍ୟ କିଛି ଖବର

World Honey Bee Day: ଯୁବପିଢିଙ୍କୁ ସ୍ବାବଲମ୍ବୀ କରିପାରିବ ମହୁମାଛି

ଶାରୀରିକ ସମ୍ପର୍କ ସହ ରହିଛି ନିଦର ସମ୍ପର୍କ, ଜାଣନ୍ତୁ ଏହାର ପ୍ରଭାବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.