ହାଇଦ୍ରାବାଦ: ପ୍ରିମିୟମ ମୋଟରସାଇକେଲ ନିର୍ମାତା କମ୍ପାନୀ କାୱାସାକି ଇଣ୍ଡିଆ Kawasaki Ninja 500 ବାଇକକୁ ଅପଡେଟ୍ କରି ପୁଣି ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ମୋଟରସାଇକେଲକୁ 5.29 ଲକ୍ଷ ଟଙ୍କା (ଏକ୍ସ ଶୋ'ରୁମ) ଦାମରେ ଲଞ୍ଚ କରିଛି । ଅପଡେଟ୍ ଭାବେ ଏହି ବାଇକରେ କେବଳ ନୂଆ ପେଣ୍ଟ ଜବ୍ (ରଙ୍ଗ ପରିବର୍ତ୍ତନ) କରାଯାଇଛି । ଯାନ୍ତ୍ରିକ ଭାବରେ ଏହା ପୁରୁଣା ମଡେଲ ସହିତ ସମ୍ପୂର୍ଣ୍ଣ ଭାବରେ ସମାନ ।
- ଡିଜାଇନ କିପରି ରହିଛି ?
ବର୍ଷ 2025ରେ କାୱାସାକିର ନିଞ୍ଜା 500 ବାଇକ୍କୁ ଏକ ନୂଆ ରଙ୍ଗ ଦିଆଯାଇଛି । ଏହି ମୋଟରସାଇକେଲ ଫେୟାରିଂରେ ଏକ ସବୁଜ ରଙ୍ଗର ଆକ୍ସେଣ୍ଟ ଯୋଡ଼ା ଯାଇଛି, ଯାହାକି ପୁରୁଣା ମଡେଲଠାରୁ ଏକମାତ୍ର ଅଲଗା ରହିଛି । ନିଞ୍ଜା 500 ହେଉଛି ନିଞ୍ଜା 400 ବାଇକ୍ର ସକ୍ସେସର । ଏହି ଡିଜାଇନ ପୁରୁଣା ବାଇକ୍ର ଏକ ବିକାଶ ଓ ଏହା ଅପଡେଟେଡ୍ କାୱାସାକି ଲାଇନଅପ୍ ସହିତ ନିଜର ଫ୍ରଣ୍ଟ-ଏଣ୍ଡକୁ ସେୟାର କରିଥାଏ ।
- ଅପଡେଟେଡ୍ Ninja 500ର ଦାମ
କମ୍ପାନୀ ନୂଆ ନିଞ୍ଜା 500ର ଦାମ 5000ଟଙ୍କା ବୃଦ୍ଧି କରିଛି, ଯାହାଦ୍ବାରା ଏବେ ଏହି ବାଇକର ମୂଲ୍ୟ 5.29 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ହୋଇଛି । କମ୍ପାନୀ ଦ୍ବାରା ବର୍ଷ ଶେଷରେ ନିଞ୍ଜା 500 ବାଇକ୍ ଉପରେ 15ହଜାର ଟଙ୍କା ଡିସକାଉଣ୍ଟ ଦିଆଯାଇଥିଲା । କମ୍ପାନୀ ଏହି ଡିସକାଉଣ୍ଟ ଦେବାର କିଛି ସପ୍ତାହ ପରେ ଅପଡେଟେଡ୍ ବାଇକରେ 5000ଟଙ୍କା ବୃଦ୍ଧି କରାଯାଇଛି ।
- ଅପଡେଟେଡ୍ Ninja 500ର ପାୱାରଟ୍ରେନ
ନିଞ୍ଜା 500ରେ ସେହି ସମାନ 451cc ପାରେଲାଲ୍ ଟ୍ବିନ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାକି 44.3bhp ପାୱାର ଓ 42.6nmରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ଇଞ୍ଜିନର ସ୍ଲିପ୍-ଆସିଷ୍ଟ କ୍ଲଚ ସହିତ 6-ସ୍ପିଡ ଗିଅରବକ୍ସ ଯୋଡ଼ା ଯାଇଛି । ଏହି ଇଞ୍ଜିନ ପୂର୍ବରୁ Eliminator 500 cruiser ସହିତ କାୱାସାକିର ଇନୋଭେଟିଭ୍ ନିଞ୍ଜା 7 ହାଇବ୍ରିଡ୍ ମୋଟରସାଇକେଲରେ ବ୍ୟବହାର କରାଯାଇଛି ।
- କଣ ମିଳିବ ଫିଚର ?
2025 ଲାଗି ଏହାର ଫିଚର ତାଲିକାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । କମ୍ପାନୀ ନିଞ୍ଜା 500କୁ ଭାରତରେ ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ଭାବେ ଉପଲବ୍ଧ କରାଇଛି । ବାଇକରେ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ନେଗେଟିଭ୍ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଅଛି, ଯାହାକି ମୋବାଇଲ ନୋଟିଫିକେସନ ଓ ଗିଅର ପୋଜିସନ ଇଣ୍ଡିକେଟରକୁ ଦର୍ଶାଇ ଥାଏ । ଏଥିରେ ଅନ୍ୟ ଫିଚର ଭାବେ LED ହେଡଲାଇଟ୍ସ ଓ ଡୁଆଲ ଚ୍ୟାନେଲ ABS ଫିଚର ମଧ୍ୟ ମିଳିଥାଏ ।