ETV Bharat / bharat

ତିରୁପତି ମନ୍ଦିର ଅନ୍ନ ପ୍ରସାଦମ ମେନୁରେ ମସାଲା ବରା - TIRUMALA ANNAPRASADAM

ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ପରସା ଗଲା 5 ହଜାର ମସଲା ବରା । ବିନା ପିଆଜ, ରସୁଣରେ ହୋଇଛି ପ୍ରସ୍ତୁତ ।

ତିରୁପତି ମନ୍ଦିର ଅନ୍ନ ପ୍ରସାଦମ ମେନୁରେ ମସାଲା ବରା, ପ୍ରଥମ ଦିନରେ ପ୍ରସ୍ତୁତ ହେଲା 5 ହଜାର
ତିରୁପତି ମନ୍ଦିର ଅନ୍ନ ପ୍ରସାଦମ ମେନୁରେ ମସାଲା ବରା, ପ୍ରଥମ ଦିନରେ ପ୍ରସ୍ତୁତ ହେଲା 5 ହଜାର (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 4:03 PM IST

ତିରୁପତି (ଆନ୍ଧ୍ର): ବିଶ୍ବପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରରେ ଅନ୍ନ ପ୍ରସାଦମ ମେନୁରେ ଯୋଡି ହେଲା ମସାଲା ବରା । ଗତକାଲି (ସୋମବାର)ଠାରୁ ଏହାକୁ ଅନ୍ନ ପ୍ରସାଦମରେ ସାମିଲ କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଗତକାଲି ପ୍ରଥମ ଦିନରେ ପ୍ରାୟ 5 ହଜାରରୁ ଅଧିକ ବରା ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କୁ ପରଷା ଯାଇଛି । ଏହାର ଗୁଣବତ୍ତା ଓ ସ୍ବାଦରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହାକୁ ନିୟମିତ ଭାବେ ପରିବେଷଣ କରିବା ପାଇଁ ‘ଟିଟିଡି’ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି ।

  • ବିନା ପିଆଜ ରସୁଣରେ ବରା

ତିରୁପତି ମନ୍ଦିର ପରିଚାଳନା କମିଟି (ଟିଟିଡି) ଅଧ୍ୟକ୍ଷ ବି.ଆର ନାଇଡୁଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ନିଷ୍ପତ୍ତି ପୂର୍ବରୁ ପ୍ରଥମେ ବିତାର ବିମର୍ଶ କରାଯିବା ସହ ଶ୍ରଦ୍ଧାଳୁଙ୍କ ମତାମତ ସଂଗ୍ରହ କରାଯାଇଥିଲା । ସେହିଆଧାରରେ ମେନୁରେ ମସଲା ବରାକୁ ସାମିଲ କରାଯାଇଛି । ଫିଡବ୍ୟାକ ଅନୁସାରେ, ବିନା ପିଆଜ ଓ ରଷୁଣରେ ଏହାକୁ ପ୍ରସ୍ତୁତ କରାଯାଇଛି । (ସୋମବାର) ପରୀକ୍ଷାମୂଳକ ଭାବେ ପ୍ରଥମ କରି ସୋମବାର ବରା ବିତରଣ କରାଯାଇଥିଲା । ପ୍ରାୟ 5 ହଜାର ବରା ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପରସା ଯାଇଛି । ଏହାର ଗୁଣବତ୍ତା ଓ ସ୍ବାଦ ଉଚ୍ଚମାନର ଥିବା ଶ୍ରଦ୍ଧାଳୁମାନେ ମତ ବ୍ୟକ୍ତ କରିଛନ୍ତି ।

ତିରୁପତି ମନ୍ଦିର
ତିରୁପତି ମନ୍ଦିର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ତିରୁପତିରେ ଦଳାଚକଟା: 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଆହତ

YearEnder: ଅପବାଦ ମୁଣ୍ଡାଇଲା ‘2024’, ଭାବାବେଗ ସହ ଖେଳିଲା ଲଡୁ

  • ଗତ ସପ୍ତାହରେ ଦର୍ଶନ କରିଛନ୍ତି 7 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତମାସ (ଜାନୁଆରୀ) 10 ରୁ19 ତାରିଖ ମଧ୍ୟରେ ‘ଶ୍ରୀଭାରି ବୈକୁଣ୍ଠ ଦ୍ବାର ଦର୍ଶନ’ ପାଇଁ ମନ୍ଦିରରେ ପ୍ରାୟ 7 ଲକ୍ଷ ଶ୍ରଦ୍ଧାଳୁଙ୍କୁ ସମାଗମ ହୋଇଥିଲା । ଏହି ଅବଧି ମଧ୍ୟରେ ମନ୍ଦିରର ହୁଣ୍ଡିରୁ ଦାନ ଆକାରରେ ପ୍ରାୟ 34 କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଛି । ସେହିପରି ପ୍ରାୟ ଏକ ଲକ୍ଷ 13 ହଜାର ଶ୍ରଦ୍ଧାଳୁ ପରମ୍ପରା ଅନୁସାରେ ମନ୍ଦିରରେ ମୁଣ୍ଡନ କରିଛନ୍ତି । ତିରୁପତି ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଅନ୍ନ ପ୍ରସାଦମ କେନ୍ଦ୍ରରେ ଏହି ପ୍ରସାଦ ଗ୍ରହଣ କରିଥାନ୍ତି ଶ୍ରଦ୍ଧାଳୁ । ଏବେ ଏହି ତାଲିକାରେ ମସଲା ବରା ମଧ୍ୟ ସାମିଲ ହୋଇଛି ।

ତିରୁପତି ମନ୍ଦିର
ତିରୁପତି ମନ୍ଦିର (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.